Below header

ପୁରୀ ସିଦ୍ଧ ମହାବୀର ଲେଭଲ କ୍ରସିଂରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ପୁରୀ: ଆଜି ପୁରୀରୁ  ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗାର। ସିଦ୍ଧ ମହାବୀର ଲେଭଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଯାହାର ମୂଲ୍ୟ ଅନୁମାନିକ ୨୦ ଲକ୍ଷ ଟଙ୍କା ହେବ । ତେବେ ଏହି ଘଟଣାରେ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଶିବ ପ୍ରସାଦ ବେହେରା ଓ ରଘୁନାଥ ଦାସ ।

ସୂଚନା ଯୋଗ୍ୟ ଯେ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍‌ ଯୋଗେ ବାଲେଶ୍ୱରରୁ ଧଳା ଜହର ଚାଲାଣ ହେଉଥିଲେ । ଏହି ସମୟରେ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହିତ ୨ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.