Below header

ନିର୍ବନ୍ଧ ସରିବା ପରେ ଜାଣିବାକୁ ପାଇଲେ ପ୍ରେମିକା ବିବାହିତ, ମାନସିକ ଭାରସାମ୍ୟ ହରାଇ ହିମାଚଳପ୍ରଦେଶରେ ଆତ୍ମହତ୍ୟା କଲେ ଭୁବନର ଯୁବକ

ଭୁବନର ଭକ୍ତିପ୍ରସାଦ ସିଂ ନାମକ ଜଣେ ୨୬ ବର୍ଷୀୟା ଯୁବକ ହିମାଚଳ ପାଲମପୁର ଯାଇ ସେଠାରେ ୨୦୨୩ ଜାନୁଆରୀ ୨୭ ତାରିଖରେ ଆତ୍ମହତ୍ୟା କରିଥିଲେ। ଭକ୍ତି ପ୍ରସାଦ ପ୍ରେମ କରୁଥିବା ମହିଳା ୨୦୧୭ରେ ଭୁବନ ଏନଏସି ଅଞ୍ଚଳର ଆଉ ଜଣେ ଯୁବକଙ୍କୁ କୋର୍ଟରେ ବିବାହା କରିଥିଲେ।

ଢେଙ୍କାନାଳ(କେନ୍ୟୁଜ୍): ଧୋକା ଦେଲା ପ୍ରେମିକା ତେଣୁ ହିମାଚଳପ୍ରଦେଶରେ ଜୀବନ ହାରିଦେଲେ ଓଡିଶାର ଯୁବକ। ଯୁବତୀଙ୍କ ଠାରୁ ମାନସିକ ସ୍ତରରେ ନିର୍ଯାତନା ପାଇ ଶେଷରେ ଫେସବୁକୁରେ ସବୁ ଷ୍ଟେରୀ ଲେଖି ଜୀବନ ହାରିଛନ୍ତି। ମିଳିଥିବା ସୂଚନା ମୁତାବକ ଭକ୍ତିପ୍ରସାଦ ସିଂ ନାମକ ଜଣେ ୨୬ ବର୍ଷୀୟା ଯୁବକ  ଭୁବନରୁ ହିମାଚଳ ପାଲମପୁର ଯାଇ ସେଠାରେ ୨୦୨୩ ଜାନୁଆରୀ ୨୭ ତାରିଖରେ ଆତ୍ମହତ୍ୟା କରିଥିଲେ। ଭକ୍ତି ପ୍ରସାଦ ପ୍ରେମ କରୁଥିବା ମହିଳା ୨୦୧୭ରେ ଭୁବନ ଏନଏସି ଅଞ୍ଚଳର ଆଉ ଜଣେ ଯୁବକଙ୍କୁ କୋର୍ଟରେ ବିବାହା କରିଥିଲେ। ଏହା ସତ୍ତ୍ବେ ୨୦୨୨ ଜୁଲାଇ ମାସରେ ଭକ୍ତିଙ୍କ ସହ ସେହି ଯୁବତୀଙ୍କ ମନ୍ଦିରରେ ନିର୍ବନ୍ଧ ହୋଇଥିଲା। ପରିଚୟ ପରେ ମହିଳା ଜଣକ ଭକ୍ତିଙ୍କଠାରୁ ବିଭିନ୍ନ ସମୟରେ ୧୫ ଲକ୍ଷ ଟଙ୍କା ନେଇଥିବା ତାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଜବତ ହୋଇଥିବା ଡାଏରୀରେ ଉଲ୍ଲେଖ ଥିବା ସେ କହିଛନ୍ତି। ନିର୍ବନ୍ଧପରେ ମାନସିକ ଭାବେ ଚାପଗ୍ରସ୍ତ ହୋଇ ଭକ୍ତି ୨୦୨୨ ଅକ୍ଟୋବର ମାସରେ ଓଡିଶାରୁ ହିମାଚଳ ପ୍ରଦେଶର ପାଲମପୁର ପଳାଇଥିଲେ। ତେବେ ସେ କେଉଁଆଡେ ନିଖୋଜ ହୋଇଯାଇଥିବା ଭକ୍ତିଙ୍କ ମା’ ସେତେବେଳେ ଭୁବନେଶ୍ବର ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ। ଏପଟେ ମହିଳାଙ୍କ ସମ୍ପର୍କୀୟମାନେ ଟଙ୍କା ନେବା ପରେ ମାନସିକ ନିର୍ଯାତନା ଦେବା ଏବଂ ଅନ୍ୟ ପୁଅ ସହିତ ସମ୍ପର୍କ ରଖିବା ଯୋଗୁଁ ଭକ୍ତି ମାନସିକ ସ୍ତରରେ ଭାଙ୍ଗି ପଡିଥିବା ଫେସବୁକରେ ଉଲ୍ଲେଖ କରି ଆତ୍ମହତ୍ୟା କରିଥିଲେ। ଏନେଇ ଭକ୍ତିଙ୍କ ମା ଜାଣିବା ପରେ ୨୩ ତାରିଖରେ ଭୁବନ ଥାନାରେ ପହଞ୍ଚି ସମ୍ପୃକ୍ତ ମହିଳା, ତାଙ୍କ ଭଉଣୀ ଭିଣୋଇ,ପୂର୍ବତନ ସ୍ବାମୀ ଓ ପରିବାର ବର୍ଗଙ୍କ ନାମରେ ଏତଲା ଦେଇଛନ୍ତି। ଭକ୍ତିଙ୍କ ବାପା ଯାଜପୁର ଜିଲ୍ଲା କାଳିଆପାଣି  କ୍ରୋମାଇଟ ଖାଦାନରେ ପଦସ୍ଥ ଅଧିକାରୀ ଥିଲେ। ଏତଲା ଭିତ୍ତିରେ ମାମଲା ରୁଜୁହୋଇ ତଦନ୍ତ ଚାଲିଥିବା ଏସଆଇ ଅନୁରାଗ ମଲ୍ଲିକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.