କପିଳେଶ୍ୱରଙ୍କ ନୀତିକାନ୍ତି ବିଭ୍ରାଟ ହୋଇଛି, ଚଳିତ ବର୍ଷ ବି ପ୍ରଭୁ ଲିଙ୍ଗରାଜଙ୍କ ହେବନାହିଁ ହାଣ୍ଡିଭଙ୍ଗା ନୀତି

ଆଜି ମହାପ୍ରଭୁ କପିଳେଶ୍ୱରଙ୍କ ଯେଉଁ ପାଳିଆ ମଲିଆ ସେବାୟତ ରହିଛନ୍ତି ସେମାନେ ଆଜି ସହଯୋଗ କରିନାହାନ୍ତି । ଏଣୁ କପିଳେଶ୍ୱରଙ୍କ ନୀତିକାନ୍ତି ଆଜି ବିଭ୍ରାଟ ହୋଇଛି । ଏନେଇ ଆଜି କପିଳେଶ୍ୱର ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ହୋଇଥିଲା ।

ଭୁବନେଶ୍ବର(କେନ୍ୟୁଜ୍):ଚଳିତ ବର୍ଷ ବି ପ୍ରଭୁ ଲିଙ୍ଗରାଜଙ୍କ ହେବନାହିଁ ହାଣ୍ଡିଭଙ୍ଗା ନୀତି । ଆଜି ମହାପ୍ରଭୁ କପିଳେଶ୍ୱରଙ୍କ ଯେଉଁ ପାଳିଆ ମଲିଆ ସେବାୟତ ରହିଛନ୍ତି ସେମାନେ ଆଜି ସହଯୋଗ କରିନାହାନ୍ତି । ଏଣୁ କପିଳେଶ୍ୱରଙ୍କ ନୀତିକାନ୍ତି ଆଜି ବିଭ୍ରାଟ ହୋଇଛି । ଏନେଇ ଆଜି କପିଳେଶ୍ୱର ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ହୋଇଥିଲା ।

ଖୋର୍ଦ୍ଧା ଜିଲ୍ଲାପାଳକେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଏଥିରେ ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁ ଓ ଟ୍ରଷ୍ଟ ବୋର୍ଡ ର ଅଧକ୍ଷ ତଥା କର୍ମକର୍ତ୍ତାଙ୍କ ସହ ଖୁଣ୍ଟିଆ ସେବାୟତ ଯୋଗ ଦେଇଥିଲେ। ଏହି ବୈଠକରେ ମଲିଆ ସେବାୟତ ଗୋଷ୍ଟି ଯୋଗ ଦେଇନଥିଲେ । ପ୍ରଭୁ ଲିଙ୍ଗରାଜଙ୍କ କିଛି ନୀତି କପିଳେଶ୍ୱରଙ୍କ ସହ ମିଳିତ ଭାବେ ହୋଇଥାଏ । ଆଜି କଳିପେଶ୍ୱରରେ ନୀତି ବିଭ୍ରାଟ ହେବାଯୋଗୁଁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ନୀତି ବନ୍ଦ ହୋଇଛି । ଏହାକୁ ନେଇ ସଂପୃକ୍ତ ସେବାୟତ ମାନଙ୍କୁ କାରଣଦର୍ଶାଅ ନୋଟିସ ଦିଆଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.