ଯୁବକଙ୍କ ଗଳତି ମୃତଦେହ ଉଦ୍ଧାର, ୧୯ ଦିନ ହେବ ଥିଲେ ନିଖୋଜ
ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ସହର ହିଲ୍ ଟପ୍ କଲେଜ ନିକଟସ୍ଥ ବଢ଼େଇପୁର ପାହାଡ଼ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଠାବ କରାଯାଇଛି। ମୃତକ ଜଣକ ହେଲେ ଦିଗପହଣ୍ଡି ଥାନା ସାମନ୍ତରାପୁର ଗ୍ରାମର ସୁଶାନ୍ତ ଗୌଡ଼ (୨୭)। ସୁଶାନ୍ତ କିଛି ବର୍ଷ ଧରି ମୋହନାରେ ରହି କୁଲି କାମ କରି ଚଳୁଥିଲେ। ସ୍ତ୍ରୀ ମଞ୍ଜୁଳାକୁ ଛାଡି ମଝିରେ ମଝିରେ କେଉଁ ଆଡେ ଚାଲିଯାଉଥିଲେ । ହେଲେ ୧୯ ଦିନ ତଳେ ଘରୁ କେଉଁଆଡେ ଚାଲିଯାଇଥିଲେ, ଆଉ ଘରକୁ ଫେରିନଥିଲେ ।
ସୋମବାର ମୋହନା କଲେଜ ଛକ ନିକଟରେ ଥିବା ବଢ଼େଇପୁର ପାହାଡ଼ରେ ନିର୍ମାଣଧୀନ କୁକୁଡ଼ା ଫାର୍ମ ନିକଟରେ କିଛି ଲୋକ ଜଙ୍ଗଲକୁ ଶୌଚ କରିବାକୁ ଯିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ମୃତ ଦେହଟି ସୁଶାନ୍ତର ବୋଲି ଚିହ୍ନଟ କରିଥିଲେ ତାଙ୍କ ପରିବାର ଲୋକେ। ଶବଟି ନଷ୍ଟ ହୋଇଯାଇଥିବାରୁ ତାର ପୋଷାକ ଦେଖି ଚିହ୍ନଟ କରିଥିଲେ। ଖବର ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ଅଧିକା ତଦନ୍ତ ଜାରି ରଖିଛି । ମୃତ ସୁଶାନ୍ତଙ୍କର ଗୋଟିଏ ୧୫ ଦିନର ପୁଅ ଥିବା ଜଣା ପଡିଛି।