ଦୈତାରୀ ପଣ୍ଡା ବନାମ ରାଣୀ ପଣ୍ଡା, ଜମୁଛି ଖଣ୍ଡଗିରି ଯାତ୍ରା

ଭୁବନେଶ୍ୱର : ଗତକାଲି ଉଦଯାପିତ ହୋଇଛି ଖଣ୍ଡଗିରିର କୁମ୍ଭ ମେଳା । ମାଘ ପୁର୍ଣ୍ଣିମାରେ ଯଜ୍ଞରେ ଦିଆଯାଇଛି ପୂର୍ଣ୍ଣାହୁତି । ହେଲେ ଜାରି ରହିଛି ଯାତ୍ରା ବା ଅପେରା ଏବଂ କିଣାବିକା ଚାଲିଛି ଦୋକାନ ବଜାରରେ । ଗତକାଲି ରବିବାର ଥିବାରୁ ସବୁ ଯାତ୍ରାପାର୍ଟିରେ ପ୍ରବଳ ଭିଡ଼ ଥିଲା । ଆପଣ ଆଶ୍ଚର୍ଯ୍ୟ ହେବେ କି ଭୁବନେଶ୍ୱର ଭଳି ଜାଗାରେ ବି ପେରା ପାଇଁ ଏତେ କ୍ରେଜ୍‌ ରହିଛି ।

ଆଉ ଏସବୁ ଭିତରେ ଲୋକଙ୍କୁ ଅଧିକ ଆକର୍ଷିତ କରୁଛି ଯାତ୍ରା ପାର୍ଟିର ନାଁ ଏବଂ ନାମୀ କଳାକାରମାନେ । ଯେମିତି କି ଖଳନାୟକ ଓ ଚରିତ୍ର ଭୂମିକାରେ ଖ୍ୟାତି ଅର୍ଜନ କରିଥିବା ଦୈତାରୀ ପଣ୍ଡା ଆଉ ଡ୍ୟାନ୍ସ ଧମାକା କରୁଥିବା ରାଣୀ ପଣ୍ଡା । ଦୈତାରୀ ପଣ୍ଡା କୋଣାର୍କ ଅପେରାରେ ଅଭିନୟ କରୁଥିବା ବେଳେ ରାଣୀ ପଣ୍ଡା ଅଛନ୍ତି ସ୍ୱର୍ଣ୍ଣ ମହଲରେ । ଏମାନଙ୍କ ଭଳି ଅନ୍ୟ ନାମୀ କଳାକାରମାନଙ୍କୁ ନେଇ ବଢ଼ିଆ ଜମୁଛି ଯାତ୍ରା ସବୁ । ରାତିରୁ ପୂରା ସକାଳ ଯାଏ ଦର୍ଶକ ନିଜ ସିଟ୍‌ରେ ବାନ୍ଧି ହୋଇ ରହୁଛନ୍ତି ଅଭିନେତା ଅଭିନେତ୍ରୀଙ୍କ ନିଖୁଣ ଅଭିନୟରେ । ତା ସାଙ୍ଗକୁ ରେକର୍ଡ଼ ଡ୍ୟାନ୍ସ ଓ କମେଡ଼ି ବେଶ୍‌ ମନୋରଞ୍ଜନ କରୁଛି ଦର୍ଶକଙ୍କର ।

ଏପଟେ ଲୋକେ ନିଜର ପରିଚିତମାନଙ୍କୁ ପାସ୍‌ ପାଇଁ ଗୁହାରୀ କରୁଛନ୍ତି । ପାସ୍‌ ନପାଇଲେ ଟିକେଟ୍‌ କାଟି ଯାତ୍ରା ଯାଉଛନ୍ତି । ଯାତ୍ରା କଳାକାର ଓ ଦର୍ଶକଙ୍କ ଯୋଗୁଁ ରାତି ଏବେ ଦିନ ଭଳି ଚମକୁଛି ଆଉ କମ୍ପୁଛି ଖଣ୍ଡଗିରି । ରାଣୀଙ୍କ ଅଭିନୀତ ଯାତ୍ରାର ନାଁ ରଖା ଯାଇଛି ‘ହାତୀ ଘୋଡ଼ା ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା’ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.