Below header

ପାଟ୍ରୋଲିଂ ବେଳେ ୭ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ କାଠ ମାଫିଆ

କରଞ୍ଜିଆ(କେନ୍ୟୁଜ): କାଠ ମାଫିଆଙ୍କ ଆକ୍ରମଣର ଶିକାର ହୋଇ ଆହତ ହେଲେ ୭ ବନକର୍ମଚାରୀ। ଭାଙ୍ଗିଲା ପାଟ୍ରୋଲିଂ ଗାଡି ଓ ବାଇକ। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଗତକାଲି ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି ବନକର୍ମଚାରୀ ।

ନଅଣା ବନ୍ୟପ୍ରାଣୀ ରେଞ୍ଜ ସରାମସାହି ନିକଟରେ ହୋଇଛି ଆକ୍ରମଣ,ମୂଲ୍ୟବାନ ଶାଳ କାଠ ଚୋରାଚାଲାଣ ବେଳେ ମୁହାଁମୁହିଁ ହୋଇଥିଲେ କାଠ ମାଫିଆ ଓ ବନକର୍ମଚାରୀ । କାଠ ମାଫିଆ ୪୦-୫୦ ଜଣ ଉଭୟ ମହିଳା ଓ ପୁରୁଷ ମିଳିତ ଭାବେ ଆକ୍ରମଣ କରିଥିବା ନେଇ ଆଜି ଜଶିପୁର ଥାନାରେ ଅଭିଯୋଗ କରିଛି ବନବିଭାଗ। ଏନେଇ ମାମାଳା ରୁଜୁ ହେବ ସହିତ ତଦନ୍ତ ଆରମ୍ଭ କରିଛି ଯଶିପୁର ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.