Below header

ମୟୂରଭଞ୍ଜ: ଟ୍ରକ ଚାପାରେ ଯୁବକଙ୍କ ହୋଇଗଲା ମୃତ୍ୟୁ, କେହି ନ ଆସିବାରୁ IIC ଉଠାଇଲେ ମୃତଦେହ

ରାଇରଙ୍ଗପୁର (କେନ୍ୟୁଜ୍): ଟ୍ରକ ଚାପାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ମୁର୍ମୁ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତ ଯୁବକ ଜଣକ ବାଙ୍ଗିରୀପୋଷି ଥାନା ଅନ୍ତର୍ଗତ କତରା ଚନ୍ଦନପୁର ଗ୍ରାମର ଦେବାଶିଷ ବେହେରା ବୋଲି ଜଣାପଡିଛି।

ଆଜି ଆଦିବାସୀ ମହାସଭା ତରଫରୁ ମୟୂରଭଞ୍ଜ ବନ୍ଦ ଡ଼ାକରା ଦିଆଯାଇଥିବାରୁ ଟ୍ରକଟି ଛିଡ଼ା ହୋଇଥିଲା। ସନ୍ଧ୍ୟା ସମୟରେ ଟ୍ରକଟି ଆଗକୁ ବଢିବା ସମୟରେ ଯୁବକଙ୍କ ମୁଣ୍ଡ ଉପରେ ଟ୍ରକର ପଛ ଚକଟି ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଯୁବକ ଜଣକଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ତେବେ ଯୁବକ ଜଣକ ଚକ ତଳେ ଶୋଇଥିଲେ କି ଚାଲିଚାଲି ଯାଉଥିଲେ ତାହା ଜଣାପଡ଼ି ନାହିଁ।

rairangpur

ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ। ମୃତଦେହ ଉଠାଇବାକୁ ନେଇ କେହି ଆଗେଇ ଆସିନଥିବା ବେଳେ ଟାଉନ ଥାନାର ଥାନାଧିକାରୀଣି ରେଣୁବାଳା ସାହୁ ନିଜେ ମୃତ ଦେହ ଉଠାଇଥିଲେ ! ପୋଲିସ ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଟ୍ରକ ଚାଳକ ଫେରାର ହୋଇ ଯାଇଥିବା ବେଳେ ମୃତ ଯୁବକ ଜଣକ ସ୍ଥାନୀୟ ହୋଟେଲର କର୍ମଚାରୀ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.