Below header

ଡାଇବେଟିସ ରୋଗୀଙ୍କୁ ରାତିରେ ଭୋକ ଲାଗୁଥିଲେ ଖାଇ ପାରିବେ ଏହି ସବୁ ସ୍ନାକ୍ସ, ବଢ଼ିବନି ସୁଗାର ଲେବଲ

ଡାଇବେଟିସ ରୋଗୀ ମାନେ ଖାଦ୍ୟକୁ ନେଇ ଖୁବ ସତର୍କ ଥାନ୍ତି । ଇଚ୍ଛା ଥିଲେ ବି ଅନେକ ଖାଦ୍ୟ ଏମାନେ ଖାଇ ପାରନ୍ତି ନାହିଁ । ସୁଗାର ସ୍ତର ନିୟନ୍ତ୍ରଣରେ ରଖିବା ହିଁ ଏମାନଙ୍କର ମୂଳ ଉଦ୍ଦେଶ୍ୟ । କିନ୍ତୁ ହୁଏତ ଅନେକ ଜାଣି ନଥିବେ ରାତି ସମୟରେ ସୁଗାର ଲେବଲ ବଢିବାର ଅଧିକ ଆଶଙ୍କା ଥାଏ । ବିଶେଷତଃ ମଧୁମେହ ରୋଗୀ ମାନେ କମ ଖାଦ୍ୟ ଖାଉଥିବାରୁ ପ୍ରତି 2 ରୁ 3 ଘଣ୍ଟା ଭିତରେ ଏମାନଙ୍କୁ ଭୋକ ଲାଗିଥାଏ । ତେଣୁ ଏମାନେ ରାତି ଭୋଜନରେ ଏମିତି ଖାଦ୍ୟ ଖାଇବା ଉଚିତ ଯାହା ଭୋକ ମେଣ୍ଟାଇବା ସହ ସୁଗାର ସ୍ତରକୁ ବି କଣ୍ଟ୍ରୋଲରେ ରଖିବ ।

ସୁଗାର ଫ୍ରି ଦହି:

ସ୍କିମ କ୍ଷୀର ଓ କମ ଫ୍ୟାଟ ଵାଲା ଖାଦ୍ୟ ପରି ସୁଗାର ଫ୍ରି ଦହି ଡାଇବେଟିସ ରୋଗୀ ମାନେ ସେବନ କରିପାରିବେ । ଏଥିରେ ପ୍ରୋଟିନ, କ୍ୟାଲସିୟମ, ଆଇରନ, ଆଣ୍ଟି ଅକ୍ସିଡେଣ୍ଟ ସମେତ ଆଣ୍ଟି ଭାଇରାଲ ଗୁଣ ଭରପୁର ମାତ୍ରାରେ ଥାଏ । ଆଉ ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ବି ମିଳିଥାଏ | ତେଣୁ ରାତିରେ ସ୍ନାକ୍ସ ଭାବରେ ଖାଇବା ଉପାଦେୟ ହୋଇଥାଏ ।

diabetese

pic courtesy: sugar free Londoner

ଶୁଖିଲା ଖାଦ୍ୟ:

ଡ୍ରାଏ ଫ୍ରୁଟସ ଭୋକକୁ ନିୟନ୍ତ୍ରଣରେ ରଖିବା ସହିତ ଶରୀରକୁ ଏନର୍ଜି ଯୋଗାଇବାର ବେଷ୍ଟ ଅପସନ । ଏହା ଶରୀରକୁ ବିଭିନ୍ନ ରୋଗ ଦାଉରୁ ବି ସୁରକ୍ଷା ଦେଇଥାଏ | ତେଣୁ ମଧୁମେହ ରୋଗୀ ମାନେ ରାତିରେ ଭୋକ ଲାଗିଲେ ବାଦାମ, ଅଖରୋଟ, ଚିନା ବାଦାମ ଖାଇପାରିବେ । ଏଥିରେ ଭିଟାମିନ-ଇ, ଓମେଗା ଥ୍ରୀ ଫ୍ୟାଟି ଏସିଡ ସମେତ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ବି ରହିଛି ।

diabetese

ସିଝା ଅଣ୍ଡା:

ଅଣ୍ଡାରେ ଭରପୁର ପ୍ରୋଟିନ ଅଛି । ଏହା ସହ ଏଥିରେ କମ କାର୍ବୋହାଇଡ୍ରେଟ ଥିବାରୁ ସମସ୍ତେ ଖାଇପାରିବେ । ଏଥିରେ ଥିବା ଫାଇବର ପାଚନ କ୍ରିୟାକୁ ଧିମା କରି ଭୋକ କଣ୍ଟ୍ରୋଲ କରିପାରେ ।  ତେଣୁ ଉଭୟ ଓଜନ ଓ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ ।

ପପକର୍ଣ:

ପପକର୍ଣ୍ଣ ଖାଇବାକୁ ଟେଷ୍ଟି ଲାଗିବା ସହିତ ଦେହ ପାଇଁ ବି ଲାଭଦାୟୀ ହୋଇଥାଏ । ଏଥିରେ ଭିଟାମିନ, ଫାଇବର, ପ୍ରୋଟିନ, କ୍ୟାଲସିୟମ ପରି ପୋଷକ ତତ୍ତ୍ୱ ବି ଥାଏ । କମ ଫ୍ୟାଟ ଥିବାରୁ ଏହା ଏକ ହେଲଦି ସ୍ନାକ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.