Below header

ଝରାଫୁଲ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଯାଜପୁର ଜିଲ୍ଲା କୋର୍ଟରେ କରାଗଲା ହାଜର

ଯାଜପୁର ଟାଉନ(କେନ୍ୟୁଜ୍):  ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜି ଯାଜପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଛି। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨,୨୦୧ ଏବଂ ଏସ ସି ଏସ ଟି ଧାରାରେ ମୋକଦ୍ଦମା ରୁଜୁ କରାଯାଇଛି।

ରାକେଶକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କୁଆଖିଆ ପୋଲିସ ମାନ୍ୟବର ଅଦାଲତଙ୍କ ନିକଟରେ ଆବେଦନ କରିଥିଲା। ଅଦାଲତ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବ୍ରୁଆରୀ ୧ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ସେହି ଦିନ ରିମାଣ୍ଡ ଆବେଦନର ଶୁଣାଣି ହେବ। ଆଜି ଅଭିଯୁକ୍ତ ରାକେଶକୁ କୋର୍ଟ ଚାଲାଣ କରିବା ପୂର୍ବରୁ ତାର କୋଭିଡ ପରୀକ୍ଷା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.