କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ଦେବ ଏହି ସବୁ ଖାଦ୍ୟ, ଡ଼ାଏଟରେ କରନ୍ତୁ ସାମିଲ

ଖାଦ୍ୟପେୟକୁ ନେଇ ସତର୍କ ନରହିଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ସକାଳେ ଠିକ ଭାବରେ ପେଟ ସଫା ନ ହେଲେ ଏସିଡ଼ିଟି, ଜ୍ଵଳନ, ଆମ୍ବିଳା ହାକୁଟି ପରି ସମସ୍ୟା ଉପୁଜି ଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ଲୋକେ ଔଷଧ, ଚୁର୍ଣ୍ଣ ଆଦିର ସାହାରା ନେଇଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବାବଦରେ କହିବାକୁ ଯାଉଛୁ ଯାହା ଫାଇବରରେ ଭରପୁର ହେବା ସହ କୋଷ୍ଠ କାଠିନ୍ୟ ସମସ୍ୟା ଆଦିରୁ ମୁକ୍ତି ଦେଇପାରିବ । ତେବେ ଏଥିରୁ ଛୁଟକାରା ପାଇବା ପାଇଁ କଣ କଣ ଖାଇବେ ଜାଣନ୍ତୁ :

କଖାରୁ ମଞ୍ଜି:

କଖାରୁ ମଞ୍ଜିରେ ଫାଇବର ଅଧିକ ଥାଏ । କଖାରୁ ମଞ୍ଜିକୁ ହାଲୁକା ଭାଜି ଖାଇବା ଦ୍ୱାରା କବ୍ଜ ଜନିତ ସମସ୍ୟାରୁ ତ୍ରାହି ମିଳିଥାଏ । ଖାଦ୍ୟ ଶୀଘ୍ର ହଜମ ବି ହୋଇଥାଏ । ବ୍ଲଡ଼ ସୁଗାର ବି ନିୟନ୍ତ୍ରଣରେ ରୁହେ ।

pumpkin seeds
health line association

ସିଝା ମକା:

ସିଝା ମକାରେ ଫାଇବର ଅଧିକ ଥାଏ । ଏହାବାଦ ଏହା ଧୀରେ ଧୀରେ ହଜମ ହେଉଥିବାରୁ ଏତେ ଶୀଘ୍ର ଭୋକ ବି ଲାଗେନାହିଁ । ସକାଳୁ ପେଟ ସଫା ହେବା ସହ ଓଜନ ମଧ୍ୟ ନିୟନ୍ତ୍ରଣରେ ରୁହେ ।

sprouts
wikipedia

ଓଟ୍ସ:

ଆଜିକା ଟ୍ରେଣ୍ଡରେ ଓଟ୍ସ ଏକ ବିଶେଷ ସ୍ଥାନ ନେଇଛି । ଫାଇବରର ଏହା ସର୍ବୋତ୍ତମ ସ୍ରୋତ । ସ୍ୱାଦିଷ୍ଟ ହେବା ସହ ଶୀଘ୍ର ହଜମ ବି ହୋଇଥାଏ ।

constipation
healthline

ସପ୍ରାଉଟ୍ସ:

ଫାଇବରରେ ଭରପୁର ଗଜା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ । ଉଭୟ ସକାଳ ଓ ସନ୍ଧ୍ୟା ଜଳଖିଆରେ ଏହାକୁ ଖିଆ ଯାଇପାରିବ । ଏଥିରେ ଥିବା ଏଞ୍ଜାଇମ ପାଚନରେ ସହାୟକ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.