Below header

ପୁରୀ: ନିଶା ଛଡାଇବାକୁ ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ କିନ୍ତୁ ନିଶା ତ ଛାଡିଲାନି ଜୀବନ ଚାଲିଗଲା, ଥାନାରେ ଏତଲା ଦେଲେ ପରିବାର

ପୁରୀ(କେନ୍ୟୁଜ୍):  ପୁରୀ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଘଟଣାକୁ ନେଇ ହସ୍ପିଟାଲରେ ଚାପା ଉତ୍ତେଜନା ଦେଖାଦେଇଛି । ବାସେଳୀ ସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡର ମାନସ ଭୋଇ ୮ ମାସ ହେବ ବାଲିଘାଟ ଛକ ସ୍ଥିତ ନିଶାମୁକ୍ତି କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କର ମାନସିକ ବିକୃତି ଥିଲା । ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ନିଶାମୁକ୍ତି କେନ୍ଦ୍ର କର୍ମଚାରୀ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଆଣି ଔଷଧ ନେଇଥିଲେ । ସେଠାରୁ ନିଶାମୁକ୍ତି କେନ୍ଦ୍ରକୁ ଯିବା ପରେ ମାନସଙ୍କ ସ୍ୱାସ୍ଥ୍ୟାବସ୍ଥା ପରିବର୍ତ୍ତନ ହୋଇନଥିଲା ।

puri dead ଆଜି ହଠାତ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । କେନ୍ଦ୍ର କର୍ତ୍ତୃପକ୍ଷ ଗତକାଲି କିମ୍ବା ଆଜି ଠିକ ସମୟରେ ସେମାନଙ୍କୁ ଘଟଣା ସମ୍ପର୍କରେ ଜଣାଇନଥିବା ଅଭିଯୋଗ କରିଛନ୍ତି । ଏନେଇ ପରିବାର ଲୋକେ ବାସେଳୀ ସାହି ଥାନାରେ ଅଭିଯୋଗ କରିଛନ୍ତି । ମୃତ ମାନସଙ୍କ ପରିବାର ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଚିକିତ୍ସା ପାଇଁ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ ୪୬ହଜାର ଟଙ୍କା ମାଗିଥିଲେ । ସେ ଭିତରୁ ୪୦ହଜାର ଟଙ୍କା ଦିଆସାରିଥିଲା । ଆଉ ମାତ୍ର ୬ ହଜାର ଟଙ୍କା ବକେୟା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.