Below header

ବଢୁଛି ମାଉଣ୍ଟ ଏଭରେଷ୍ଟ, ପୂର୍ବ ଅପେକ୍ଷା ଉଚ୍ଚତା ୮୬ ସେଣ୍ଟିମିଟର ବୃଦ୍ଧି ପାଇଛି

କେନ୍ୟୁଜ୍(ବ୍ୟୁରୋ):  ଆସିଲା ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗର ନୂଆ ଉଚ୍ଚତା । ଏଭରେଷ୍ଚର ନୂଆ ଉଚ୍ଚତା ୮ ହଜାର ୮୪୮ ମିଟର ୮୬ ସେଣ୍ଟିମିଟର । ଏନେଇ ନେପାଳ ବୈଦେଶୀକ ବ୍ୟାପାର ମନ୍ତ୍ରୀ ଘୋଷଣା କରିଛନ୍ତି । ନେପାଳ ଓ ଚାନ ପକ୍ଷରୁ ମିଳିତ ସର୍ଭେ ପରେ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟର ପ୍ରକୃତ ଉଚ୍ଚତା ସମ୍ପର୍କରେ ସୂଚନା ଦିଆଯାଇଛି । ଶେଷଥର ପାଇଁ ଭାରତ ୧୯୫୪ରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିଲା । ଏହି ସମୟରେ କୁହାଯାଇଥିଲା ଯେ ଏହାର ଉଚ୍ଚତା ୮ ହଜାର ୮୪୮ ମିଟର । ପୂର୍ବ ଅପେକ୍ଷା ଉଚ୍ଚତା ୮୬ ସେଣ୍ଟିମିଟର ବୃଦ୍ଧି ପାଇଛି । ଭାରତର ତଥ୍ୟ ତୁଳନାରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ଅଧିକ ୮୬ ସେମି ଅଧିକ ରହିଛି ।

 ୨୦୧୫ରେ ନେପାଳରେ ହୋଇଥିବା ବିଧ୍ୱଂସୀ ଭୂମିକମ୍ପ ଓ ଅନ୍ୟାନ୍ୟ କାରଣରୁ ଏଭରେଷ୍ଟ ଉଚ୍ଚତା କମିଥିବା ନେଇ ଅନୁମାନ କରାଯାଉଥିଲା । ଏହାପରେ ନେପାଳ ସରକାର ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିବାକୁ ନିଷ୍ପତ୍ତି ନେଇଥିଲେ । ନେପାଳର ଏହି ମାପଚୁପରେ ଚାନ ମଧ୍ୟ ସାମିଲ ହେବ ବୋଲି ଘୋଷଣା କରିଥିଲା ।  ଉଭୟ ଦେଶ ନିକଟରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିଲେ । ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗୟାୱାଲି କହିଛନ୍ତି, ନେପାଳ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ପୁନଃ ମାପ କରାଯାଇଥିଲା ।

ଏବେ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତର ଉଚ୍ଚତା ୮ ହଜାରେ ୮୪୮ ମିଟର ୮୬ ସେଣ୍ଟିମିଟର ରହିଛି। ୧୯୫୪ରେ ସର୍ଭେ ଅଫ ଇଣ୍ଡିଆ ଏଭରେଷ୍ଟକୁ ମାପିଥିଲା । ଏହି ସମୟରେ ଏହା ଉଚ୍ଚତା ୮୮୪୮ ମିଟର ରହିଥିଲା। ସେହିପରି ଚାଇନା କରିଥିବା ମାପଚୁପ ବେଳେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮୮୪୮.୪୩ ମିଟର ଥିଲା। ଚାଇନା ୧୯୭୫ ଓ ୨୦୦୫ରେ ଦୁଇଥର ମାଉଣ୍ଟ ଏଭରେଷ୍ଟକୁ ମାପିଥିଲା । ୧୯୭୫ରେ ଏହା ୮୮୪୮.୧୩ ମିଟର ଓ ୨୦୦୫ରେ ୮୮୪୮.୪୩ ମିଟର ରହିଥିବା କୁହାଯାଇଥିଲା। ବିଶ୍ୱର ସବୁଠୁ ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ । ପୂର୍ବରୁ ଏହାର ଉଚ୍ଚତା ୮ହଜାର ୮୪୮ ମିଟର ରେକର୍ଡ କରାଯାଇଥିଲା । ଦୁଇ ବର୍ଷ ପୂର୍ବେ ନେପାଳ ସର୍ବେକ୍ଷଣ ବିଭାଗ ଏଭରେଷ୍ଟର ଉଚ୍ଚତା ମାପିବା କାମ ଆରମ୍ଭ କରିଥିଲେ । ସେହିପରି ଏହି ଉଚ୍ଚତମ ଶୃଙ୍ଗର ଉଚ୍ଚତା ମାପିବା ପାଇଁ ଚୀନ ପଠାଇଥିଲା ୩୦ ଜଣିଆ ସର୍ଭେ ଟିମ୍‌ । ଏବେ ନୂଆ ଉଚ୍ଚତା ଆସିବା ପରେ ସନ୍ଦେହ ଦୂର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.