Below header

କେବେ କମିବ ଏ ସେଲ୍ଫି ପାଗଳାମୀ? ଗାଧୋଇବା ସମୟର ସେଲ୍ଫି ନେବା ବେଳେ ଭାସିଗଲେ ଯୁବକ, ଗୁରୁତର ଅବସ୍ଥାରେ ହେଲେ ଉଦ୍ଧାର

ଜଳେଶ୍ବର(କେନ୍ୟୁଜ୍):ସେଲ୍ଫି ହେଲା କାଳ। ଗୋଧୋଇବା ବେଳେ ସେଲ୍ଫି ନେବା ସମୟରେ ସମୂଦ୍ରରେ ଭାସିଗଲେ ପର୍ଯ୍ଯଟକ। ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ସମୂଦ୍ରର ଏକ ନମ୍ବର ଘାଟରେ ଗାଧୋଇବା ବେଳେ ଜଣେ ପର୍ଯ୍ୟଟକ ସେଲ୍ଫୀ ନେବା ସମୟରେ ଭାସି ଯାଇ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଦୀଘା ପୋଲିସକୁ ଖବର ଦେବା ପରେ ପୋଲିସ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଜ ଜୀବନକୁ ବାଜି ଲଗାଇ ଭାସି ଯାଉଥିବା ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି। ପରେ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସୂଚନା ଅନୁଯାୟୀ ଆଜି ପଶ୍ଚିମବଙ୍ଗରୁ ୧୦ ଜଣ ସାଙ୍ଗ ଦୀଘା ବେଳାଭୂମିକୁ ବୁଲିବା ପାଇଁ ଆସିଥିଲେ।

ଆଜି ଅପରାହ୍ନରେ ଗାଧୋଇବା ସମୟରେ ସାଙ୍ଗ ମାନେ ପରସ୍ପର ମଧ୍ୟରେ ସେଲ୍ଫି ନେଉଥିଲା। ଏହି ସମୟରେ ଅସାବଧାନତା ବଶତଃ ଜଣକ ଗୋଡ ଖସି ଯାଇଥିଲା। ଅନ୍ଯ ପର୍ଯ୍ଯଟକ ମାନେ ତୁରନ୍ତ ପୋଲିସକୁ ଖବର ଦେବା ପରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ରୋହନ ମଲ୍ଲିକ ଏବଂ ତାଙ୍କ ଘର ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କାଲିନା ଗ୍ରାମରେ ବୋଲି ଜଣା ପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.