Below header

ଏମିତି ଏକ ପକ୍ଷୀ ଯିଏ କେବେବି ମାଟିରେ ରଖେନି ପାଦ, ଜାଣନ୍ତୁ ଏହି ପକ୍ଷୀ ବିଷୟରେ କିଛି ରୋଚକ ଏବଂ ଅଜଣା କଥା

ଆମ ଏ ପୃଥିବୀରେ ଜୀବ ଜନ୍ତୁ ଏବଂ ପକ୍ଷୀ ଅଛନ୍ତି। ପକ୍ଷୀଙ୍କୁ ଆପଣ ଗଛରେ କିମ୍ବା ଆକାଶରେ ଉଡୁଥିବାର ଦେଖିଥିବେ। ଏହାବ୍ୟତୀତ ଭୂମିରେ ମଧ୍ୟ ବସିଥିବାର ଦେଖିଥିବେ କିମ୍ବା ଦାନା ଖାଉଥିବାର ଦେଖିଥିବେ। କିନ୍ତୁ ଏହି ଦୁନିଆରେ ଏକ ଏମିତି ବି ପକ୍ଷୀ ଅଛି ଯିଏ ମାଟି ଉପରେ କେବେବି ନିଜ ପାଦ ରଖିବାକୁ ଚାହେଁନା। ଆଜ୍ଞା ହଁ, ହରିୟାଲ ନାମକ ଏହି ପକ୍ଷୀ କେବେବି ଭୂମି ଉପରେ ପାଦ ରଖେନାହିଁ।

ଏହି ପକ୍ଷୀର ବୈଜ୍ଞାନିକ ନାମ ଏବଂ ଏହା ନିଜର ବସା ବର ଏବଂ ଅଶ୍ୱସ୍ତ ଗଛ ଡାଳରେ ବନାଇଥାଏ। ହରିୟାଲ ପକ୍ଷୀ ନିଜର ବସା ଘାସ, କାଠି ଏବଂ ପତ୍ରରେ ବନାଇଥାଏ। ତେବେ ଏହି ପକ୍ଷୀ ବିଷୟରେ ମଧ୍ୟ କୁହାଯାଏ ଯେ ଏହି ପକ୍ଷୀ ପିଜର ବସା ଘନ ଏବଂ ଉଚ୍ଚତା ଥିବା ଗଛରେ ବନାଇବାକୁ ପସନ୍ଦ କରିଥାଏ। ଯଦି ଆପଣ ଏବେ ସୁଦ୍ଧା ଏହି ପକ୍ଷୀ ବିଷୟରେ ଶୁଣିନାହାଁନ୍ତି, ତାହେଲେ ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ଜଣାଇବୁ କିଛି ରୋଚକପୂର୍ଣ୍ଣ କଥା।ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହି ପକ୍ଷୀ ବିଷୟରେ।

paraହରିୟାଲର ମୁହଁ ପାରା ଭଳି ହିଁ ହୋଇଥାଏ।ଏହାସହିତ ଏହି ପକ୍ଷୀର ରଙ୍ଗ ସ୍ଲେଟୀ ଏବଂ ସବୁଜ ରଙ୍ଗର ହୋଇଥାଏ। ଏହାର ଶରୀରରେ ହଳଦିଆ ରଙ୍ଗର ଚିହ୍ନ ବି ରହିଥାଏ। ଏହି ପକ୍ଷୀର ଥୁଣ୍ଟ ମୋଟା ଏବଂ ମଜୁବତ ହୋଇଥାଏ। ଆଖିର ରଙ୍ଗ ନୀଳ ହୋଇଥାଏ ଏବଂ ଏହାର ଚାରିପଟେ ଗୋଲାପୀ ରଙ୍ଗ ଘେରି ହେଇକି ରହିଥାଏ। ଏହାକୁ ଇଂରାଜୀରେ ଗ୍ରୀନ ପିଜନ ବା ସବୁଜ ରଙ୍ଗର ପାରା ବୋଲି ବି କୁହନ୍ତି।

ଏହି ପକ୍ଷୀ ଚିରହରୀତ ଜଙ୍ଗଲରେ ଥିବା ଗଛରେ ରହିବାକୁ ଅଧିକ ପସନ୍ଦ କରନ୍ତି। ଏମାନଙ୍କୁ ମାଟି ଉପରେ ବସିବାକୁ ଭଲ ଲାଗିନଥାଏ। ଏଥିପାଇଁ ଏମାନେ ନିଜର ସାରା ଜୀବନ ଗଛରେ ହିଁ ବିତାଇ ଦିଅନ୍ତି।

ଏମାନଙ୍କ ବୟସ ପ୍ରାୟ ୨୬ ବର୍ଷ ଏବଂ ଏମାନେ ତିନି ସେଣ୍ଟିମିଟର ଲମ୍ବା ହୋଇଥାଏ। ଏହି ପକ୍ଷୀ ଆପଣଙ୍କୁ ଗଛର ସବୁଠାରୁ ଉପର ଭାଗରେ ବସିଥିବାର ଦେଖିବାକୁ ମିଳିବ। ହରିୟାଲ ପକ୍ଷୀ ଏକ ଶାକାହାରୀ ପକ୍ଷୀ ହୋଇଥାଏ ଏବଂ ଫଳ, ଗଛ ଲତା ଏବଂ ମଞ୍ଜି ଖାଇବାକୁ ଏମାନେ ପସନ୍ଦ କରିଥାନ୍ତି।

ଭାରତ ବ୍ୟତୀତ ଏହି ପକ୍ଷୀ ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ବର୍ମା, ଚୀନ ଆଦି ଦେଶରେ ମିଳିଥାଏ। କୁହାଯାଏ ଯେ ଏହି ପକ୍ଷୀ ବହୁତ ଲାଜକୁଳା ହୋଇଥାନ୍ତି। ମଣିଷ ଆସୁଥିବା କଥା ଜାଣିଲେ ଏହି ପକ୍ଷୀ ପୂରା ଚୂପ୍‌ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.