Below header

ଗଛରେ ପିଟି ହେଲା ଚଳନ୍ତା ବାଇକ୍‌, ଗାଡି ସହ ଜଳିଗଲେ ଯୁବକ

ଭଞ୍ଜନଗର(କେନ୍ୟୁଜ୍‌): ବାଇକ୍‌ ସହ , ଜଳିଗଲେ ଯୁବକ । ରାସ୍ତାକଡ଼ ଗଛରେ ଚଳନ୍ତା ବାଇକ୍‌ ପିଟି ହେବା ପରେ ବାଇକ୍‌ ରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ଯୁବକ ଜଣକ , ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସାଥିରେ ଥିବା ଜଣେ ସହଯୋଗୀ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ବାରଦଣ୍ଡା ଗାଁ ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଯୁବକ ଜଣକ ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣିପଲ୍ଲୀ ଗାଁ ର କାହ୍ନୁ ନାୟକ । ଆହତ ଜଣକ କବିସୂର୍ଯ୍ଯନଗର ଥାନା ଅଞ୍ଚଳର ସାଗର ବେହେରା । ଉଭୟେ ଗୋଟିଏ ବାଇକ୍‌ ରେ ଭଞ୍ଜନଗରରୁ ଦଶପଲ୍ଲା ଅଭିମୁଖେ ଯାଉଥିଲେ ।

ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପରେ, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ତାରାସିଙ୍ଗି ଥାନା ପୋଲିସ୍ ପହଞ୍ଚି, ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.