Below header

ତନ୍ତ୍ର କାମ ନଦେବାରୁ ତାନ୍ତ୍ରିକକୁ କଟୁରୀ ହାଣି ହତ୍ୟା କଲା ଯୁବକ, ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ

ଯାଜପୁର ରୋଡ଼(କେନ୍ୟୁଜ୍): ସୁକିନ୍ଦା ଥାନା ବନ୍ଧଗାଁ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଜଣା ବ୍ୟକ୍ତିଙ୍କ ନିକଟରେ ଭବିଷ୍ୟତ ଜାଣିବା ପାଇଁ ହାତ ଦେଖାଉଥିବା ବେଳେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ସାମାନ୍ୟ ବଚସାପରେ ଘଟିଛି ହତ୍ୟାକାଣ୍ଡ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ ହାଣି ହତ୍ଯା କରିଥିବା ଅଭିଯୁକ୍ତ ଜଣଙ୍କ ସୁକିନ୍ଦା ଥାନାରେ ଆତ୍ମ ସମର୍ପଣ କରିଛନ୍ତି।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସୁକିନ୍ଦା ପୋଲିସ ନିକଟରେ ବନ୍ଧଗାଁ ଗ୍ରାମର ଶାନ୍ତୁନୁ ବେହେରା ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ହତ୍ୟାକାଣ୍ଡ ପଛରେ ରହିଥିବା ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି। ସାଇଣ୍ଟିଫିକ ଟିମ୍ ପହଂଚିବା ପରେ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୁକିନ୍ଦା ଥାନା ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.