ଆପ୍‌ ବିଧାୟିକା ବଲଜିନ୍ଦର କୌରଙ୍କୁ ରାସ୍ତା ଉପରେ ମାଡ଼ ମାରିଲେ ସ୍ୱାମୀ! ଭାଇରାଲ ହେଉଛି ଝଗଡ଼ାର ଭିଡିଓ

ଆମ୍ ଆଦମୀ ପାର୍ଟି (AAP) ବିଧାୟିକା ବଲଜିନ୍ଦର କୌରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦାବି କରାଯାଉଛି କି, ବଲଜିନ୍ଦର କୌରଙ୍କୁ ତାଙ୍କ ସ୍ୱାମୀ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଛନ୍ତି। ଏହି ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଛି। ଏଥିରେ ବିଧାୟିକା ବଲଜିନ୍ଦର କୌର ଏବଂ ତାଙ୍କ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ କିଛି ଲୋକ ମଧ୍ୟ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। ସେମାନେ ଏହି ଝଗଡ଼ାରେ ହସ୍ତକ୍ଷେପ କରୁଥିବାର ନଜର ଆସୁଛନ୍ତି।

ଏହାରି ମଧ୍ୟରେ ବିରୋଧୀ ଦଳର ନେତାମାନେ ଏହି ଘଟଣାକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି। ଭିଡିଓଟି ଗତ ଜୁଲାଇ ୧୦ର ବୋଲି କୁହାଯାଉଛି। ଏବେ ସୋସିଆଲ ମିଡିଆରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

କହି ରଖୁଛୁ, ଆପ୍‌ ବିଧାୟିକା ବଲଜିନ୍ଦର କୌରଙ୍କ ସହ ଘଟିଥିବା ଏହି ଘଟଣାର ଭିଡିଓକୁ ପଞ୍ଜାବ ଯୁବ କଂଗ୍ରେସ ସଭାପତି ବରିନ୍ଦର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ବରିନ୍ଦର ଟ୍ୱିଟ୍ କରି ଭିଡିଓର କ୍ୟାପସନ ଲେଖିଛନ୍ତି ଯେ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ମହିଳାମାନଙ୍କୁ ସଶକ୍ତ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ହେଲେ ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି କି, ବିଧାୟିକା କୌରଙ୍କୁ ଦିନ ଦ୍ୱିପ୍ରହରରେ ଚାପୁଡ଼ା ମରାଯାଉଛି। ପୁରୁଷମାନଙ୍କୁ ମାନସିକତା ପରିବର୍ତ୍ତନ କରିବାକୁ ହେବ।

ଏକ ରିପୋର୍ଟ ମୁତାବକ, ପଞ୍ଜାବ ମହିଳା ଆୟୋଗ ଅଧ୍ୟକ୍ଷା ମନୀଷା ଗୁଲାଟି ନିଜେ ଏ ବିଷୟରେ ଅବଗତ ହୋଇଥିବା କଥା କହିଛନ୍ତି। ସେ କହିଛନ୍ତି, ମୁଁ ସୋସିଆଲ ମିଡିଆରେ ବଲଜିନ୍ଦର କୌରଙ୍କ ଭିଡିଓ ଦେଖିଛି। ଏହା ଆଶ୍ଚର୍ଯ୍ୟଜନକ ଯେ ମହିଳାମାନେ ନିଜ ଘରେ ହିଂସାର ସମ୍ମୁଖୀନ ହେଉଛନ୍ତି।

ଭାଇରାଲ ଭିଡିଓରେ ଦେଖାଯାଉଛି, କୌଣସି କଥାକୁ ନେଇ ଆପ୍‌ ବିଧାୟିକା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି। ବିବାଦ ବଢ଼ିବାରୁ ବିଧାୟିକାଙ୍କ ସ୍ୱାମୀ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଚାପୁଡ଼ା ମାରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.