ଢେଙ୍କାନାଳ ଗଣେଶ ପୂଜା ଭସାଣି ଉତ୍ସବରେ ଗଣ୍ଡଗୋଳ, ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର

ଢେଙ୍କାନାଳ(କେନ୍ୟୁଜ୍): ଗଣେଶ ପୂଜା ଭସାଣି ଉତ୍ସବରେ ଗଣ୍ଡଗୋଳ। ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର। ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୦ଟା ପରେ ଗଣେଶ ପୂଜା ଭସାଣୀ ଉତ୍ସବରେ ମେଢ଼ ବୁଲେଇ ପ୍ରସେସନ ଚାଲିଥିବା ବେଳେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେହି ସମୟରେ ଛାଟିଆ ଗାଁର ପ୍ରମୋଦ ରାଉତ ହଠାତ୍‌ ମାରଣାସ୍ତ୍ର ଧରି ଉତ୍‌କ୍ଷିପ୍ତ ହୋଇ ଦୌଡି ଆସିବା ବେଳେ ହଠାତ୍‌ ଏକ ଛୁଆ ସାମ୍ନାକୁ ଚାଲି ଆସିଥିଲା।

ଭସାଣି ଦେଖୁଥିବା ରଞ୍ଜନ ବେହେରା ଧାଇଁ ଆସି ଅଟକାଇବାରୁ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ପ୍ରମୋଦ ରାଉତର ସାନଭାଇ ଚଗଲା ରଞ୍ଜନଙ୍କୁ ପଛ ପଟୁ ଧରିଥିଲେ। ପ୍ରମୋଦ ରାଉତ ଟାଙ୍ଗିଆରେ ତାଙ୍କ ପେଟକୁ ଚୋଟ ପକାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ରଞ୍ଜନ ବେହେରାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଢେଙ୍କାନାଳ ପୋଲିସ ଘଟଣାର ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.