ଚାକିରି ପାଇଁ ପଢନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଠ, ନିଶ୍ଚୟ ପଢନ୍ତୁ ଆଉ ସ୍ୱପ୍ନ ସାକାର କରନ୍ତୁ

ଦେଖିବାକୁ ଗଲେ ବର୍ତ୍ତମାନ ସମୟରେ ଯୁବବର୍ଗଙ୍କ ପାଇଁ ନିଜ ଜ୍ୟାରିୟର ଗଢ଼ିବାରେ ଅନେକ ସୁଯୋଗ ରହିଛି । ତେବେ ଏସବୁ ମଧ୍ୟରେ ଯୁବଗୋଷ୍ଠୀ ବହୁ ଦ୍ୱନ୍ଦ୍ୱରେ ରହୁଛନ୍ତି । ଠିକଣା ଚାକିରି ବାଛି ବାରୁ ନାହାନ୍ତି । କେଉଁଥିରେ ନିଜର କ୍ୟାରିଅର କରିବେ ତାକୁ ନେଇ ସଠିକ୍‌ ଭାବେ ଚିନ୍ତା କରି ପାରୁ ନାହାନ୍ତି । କେଉଁଥିରେ ଗଲେ ଭବିଷ୍ୟତ ଠିକ ଦିଗରେ ଆଗେଇ ପାରିବ, ଜାଣି ପାରୁ ନାହାନ୍ତି । ଏସବୁ ଭିତରେ ଆଜି ଆମେ ଆପଣଙ୍କୁ କହିବୁ ବର୍ତ୍ତମାନ ସମୟର ଆଉ ଏକ କ୍ୟାରିଅର ଅପ୍ସନ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ଉପରେ । କାରଣ ଏହା ଏବେ ସବୁଠୁ ବେଶି ଗ୍ରୋଥ ସେକ୍ଟର ବୋଲି କୁହାଯାଉଛି । ଆଉ ଏହି ଫିଲ୍ଡରେ ଟ୍ରାନ୍ସଫରମେସନ ସହ ଅନେକ ସମ୍ଭାବନା ମଧ୍ୟ ରହିଛି । ଏମିତିକି ଭାରତ ସରକାର ମଧ୍ୟ ଏହି ସେକ୍ଟରେ ନିବେଶ କରୁଛନ୍ତି । ଏହା ଏକ ନୂଆଁ କ୍ଷେତ୍ର ହୋଇଥିବାରୁ ଯୁବବର୍ଗ ଏଥିପ୍ରତି ଆକର୍ଷିତ ହେଉଛନ୍ତି। ତେବେ କ୍ୟାରିଅର ରୂପରେ ଏହାକୁ ବାଛିବା ଗୋଟିଏ ଭଲ ବିକଳ୍ପ ହେବ ନିଶ୍ଚୟ । ପ୍ରଥମେ ଜାଣି ନିଅନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ ? ଏହା କମ୍ପ୍ୟୁଟର ସାଇନ୍ସର ଏକ ଅଂଶ । ମଣିଷ ନିଜ ହାତରେ କରୁଥିବା କାମକୁ ଆହୁରି ହାଲକା କରିବା ପାଇଁ ସ୍ୱତନ୍ତ୍ର ଭାବେ ମେସିନ ସବୁ ତିଆରି କରିବା ହେଉଛି ଏହାର ଲକ୍ଷ୍ୟ । ଏବେ ଜାଣିବା କଣ ଏହାର ପ୍ରକ୍ରିୟା ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୋର୍ସ କରିବା ପାଇଁ ଯୋଗ୍ୟତା ହେଉଛି ଯୁକ୍ତ ଦୁଇରେ ପିସିଏମ ରହିଥିବା ଜରୁରୀ । ସାଥିରେ କମ୍ପ୍ୟୁଟର ସାଇନ୍ସ, ଆଇଟି ଓ ଇଲେକ୍ଟ୍ରୋନିକ୍ସ ଭଳି ବିଷୟରେ ଡିଗ୍ରୀ ଥିବା ଆବଶ୍ୟକ। ଏହା ପରେ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ସମ୍ପୃକ୍ତ କୌଣସି ବି କୋର୍ସରେ ସ୍ପେସିଆଲାଇଜେସନ କରିଥିବେ ।

ତେବେ କହି ରଖଛୁ କି ସରକାରୀ ବିଶ୍ୱବିଦ୍ୟାଳୟରେ ଏଆଇ ପଢିବାକୁ ଚାହିଁଲେ ଏଣ୍ଟ୍ରାନସ ଏକଜାମ କ୍ଲିଅର କରିବାକୁ ହେବ । ଏବେ ଜାଣିବା କୋଉଠି କରି ପାରିବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୋର୍ସ ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଜୀ ଏଚ ରାୟସୋନି କଲେଜ ଅଫ ଇଞ୍ଜିନିୟରିଙ୍ଗ, ନାଗପୁର, ସବିତା ଇଞ୍ଜିନିୟରିଙ୍ଗ କଲେଜ ଚେନ୍ନଇ, ଏସଆରଏମ ଇଶ୍ୱରୀ ଇଞ୍ଜିନିୟରିଙ୍ଗ କଲେଜ ଚେନ୍ନଇ, କିଙ୍ଗ୍ସ କର୍ଣ୍ଣରେ,

୍ଟାନ ଇଣ୍ଟରନେସନାଲ କଲେଜ ଚେନ୍ନଇ, ମୁକେଶ ପଟେଲ ସ୍କୁଲ ଅଫ ଟୋକ୍ନୋଲୋଜି ମ୍ୟାନେଜମେଣ୍ଟ ଆଣ୍ଡ ଇଞ୍ଜିନିୟରିଙ୍ଗ, ନଭି ମୁମ୍ବାଇ , ବନାରୀ ଅମ୍ମାନ ପ୍ରୌଦ୍ୟୋଗିକ ସଂସ୍ଥାନ ସତ୍ୟମଙ୍ଗଳମ, ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ ଅଫ ଇନଫରମେଶନ ଟେକ୍ନୋଲୋଜି ନ୍ୟୁ ଦିଲ୍ଲୀ, ଭେଲୋର ଇନଷ୍ଟିଚ୍ୟୁଟ ଅଫ ଇନଫରମେଶନ ଟେକ୍ନୋଲୋଜି ଭେଲ୍ୟୁର, ଚଣ୍ଡିଗଡ ୟୁନିଭରସିଟି, ଚଣ୍ଡିଗଡ । ଏସବୁ ଶିକ୍ଷାନୁଷ୍ଠାନରେ ଆପଣ ଚାହିଁଲେ ଏଆଇ ପଢି ପାରିବେ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ପାଠ ପଢ଼ିଲେ ମଧ୍ୟ ଭବିଷ୍ୟତରେ ଚାହିଁଲେ ଅନ୍ୟ କୌଣସି କ୍ଷେତ୍ରକୁ ଆପଣ ଯାଇବି ପାରିବେ । ଏମିତିକି ଇଞ୍ଜିନିୟରିଙ୍ଗ, ବ୍ୟବସାୟ ଅଥବା ଆଗକୁ ପାଠପଢା ଯାଇ ପାରିବ । ଏଆଇର ବ୍ୟବହାର ଆଗାମୀ ସମୟରେ ବ୍ୟାପକ ଭାବରେ ହେବାର ସମ୍ଭାବନା ରହିଛି । ଯାହା ଫଳରେ ଜଣେ ବ୍ୟକ୍ତି ତାର ଭବିଷ୍ୟତକୁ ସୁରକ୍ଷା ଦେଇ ପାରିବ । କିନ୍ତୁ କୌଣସି ବି କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଜଗାର । ଏହି ପିଲ୍ଡରେ ଜଣେ କେତେ ରୋଜଗାର କରିପାରିବ । ତାହା ହେଉଛି ବଡ କଥା ।

କହି ରଖୁଛୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କରିଥିବା ବ୍ୟକ୍ତିକୁ କୌଣସି ଅନ୍ୟ ଇଞ୍ଜିନିୟରିଙ୍ଗ ବ୍ରାଞ୍ଚ ତୁଳନାରେ ଅଧିକ ଦରମା ମିଳିଥାଏ । ଭାରତ କଥା ବି ଯଦି କହିବା ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କରୁଥିବା ବ୍ୟକ୍ତିକୁ ବାର୍ଷିକ ପାଖାପାଖି ୮ରୁ ୧୦ ଲକ୍ଷ ଟଙ୍କା ମିଳି ଯାଉଛି । ସେଇଠି ୧୦ରୁ ୧୫ବର୍ଷର ଅଭିଜ୍ଞତା ପରେ ୫୦ ଲକ୍ଷରୁ ବି ଅଧିକ ପ୍ୟାକେଜ ନେଇ ଆପଣ ହୋଇ ପାରିବେ ଜଣେ ଏଆଇ ପ୍ରଫେସନାଲ ।

ଧୀରେ ଧୀରେ ଦେଶ ଯେମିତି ଆଗାଉଛି, ସ୍ମାର୍ଟ ହେଉଛି ସେତିକି ସ୍ମାର୍ଟ ଆପଣଙ୍କୁ ବି ହେବାକୁ ପଡିବ । ଏମିତି ସବୁ ଅପ୍ସନ୍ସ ବାହାରୁଛି ଯାହା ବିଷୟରେ ଜାଣିବା ପାଇଁ ଆଗ୍ରହ ବଢାଇବା ଦରକାର । ଯେଉଁଥିରେ ଆପଣ ଗତାନୁଗତିକ କ୍ଷେତ୍ରକୁ ଚାଡ଼ି ଅନ୍ୟଥିରେ ନିଶ୍ଚୟ ନିଜ କ୍ୟାରିୟର ଗଢ଼ି ପାରିବେ । ଏଆଇରେ ଭବିଷ୍ୟତ ହେବ ଉଜ୍ୱଳ, ନିଶ୍ଚୟ ପଢନ୍ତୁ ଆଉ ସ୍ୱପ୍ନ ସାକାର କରନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.