Below header

ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ଦିଲ୍ଲୀକୁ ସାଇକେଲ ଯାତ୍ରା କଲେ ଏହି ଯୁବକ

ଏସମାଜରେ ସଭିଏ ନିଜ ନିଜ କାମରେ ବ୍ୟସ୍ତ କାହାକୁ କାହା କଥା ଭାବିବାକୁ ବି ସମୟ ନାହିଁ, ଏହାରି ଭିତରେ କିନ୍ତୁ ଜଣେ ଯୁବକ କିଛି ଭିନ୍ନ କରି ଆଜି ଚର୍ଚ୍ଚାରେ । ସେ ହେଉଛନ୍ତି ସୁରେନ୍ଦ୍ର ବିଶ୍ୱାଳ ।

ଜଗତସିଂହପୁର(କେନ୍ୟୁଜ): ଏକେଉଁ ମନଗଢା କାହାଣୀ କି ସିନେମାର ଦୃଶ୍ୟ ନୁହେଁ, ଜଣେ ମଣିଷ ଜୀବନର ବାସ୍ତବିକ ଘଟଣା । ଯାହାକି ମନକୁ ଛୁଇଁଲା ଭଳି କଥାଟିଏ । ହୁଏତ ଆପଣ ପ୍ରତିଦିନ ଦେଖୁଥିବେ ଏଭଳି ମଣିଷକୁ କିନ୍ତୁ ନଜର ଅନ୍ଦାଜ କରି ଯାଉଥିବେ । ଆଜି ଆମ ଦୃଷ୍ଟିରେ ଦେଖନ୍ତୁ ତାଙ୍କୁ । ସତ କହିବାକୁ ଗଲେ ଏଦୁନିଆରେ ଏମିତି କିଛି କାମ ନାହିଁ ଯାହା ଅସମ୍ଭବ । ସବୁ ଅସମ୍ଭବକୁ ସମ୍ଭବ କରିବାର ଦକ୍ଷତା କେବଳ ଏଇ ମଣିଷ ପାଖରେ ହିଁ ଅଛି ।

ଏସମାଜରେ ସଭିଏ ନିଜ ନିଜ କାମରେ ବ୍ୟସ୍ତ କାହାକୁ କାହା କଥା ଭାବିବାକୁ ବି ସମୟ ନାହିଁ, ଏହାରି ଭିତରେ କିନ୍ତୁ ଜଣେ ଯୁବକ କିଛି ଭିନ୍ନ କରି ଆଜି ଚର୍ଚ୍ଚାରେ । ସେ ହେଉଛନ୍ତି ସୁରେନ୍ଦ୍ର ବିଶ୍ୱାଳ । ଜଗତସିଂହପୁର ଜିଲ୍ଲା ସଦରମହକୁମା ଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ସଂଗ୍ରାମୀ ଯୁବକ ସୁରେନ୍ଦ୍ର ବିଶ୍ୱାଳଙ୍କ ନିଆରା ପଦକ୍ଷପ । ଗତକାଲି ଠାରୁ ସେ ସାଇକେଲ ଯୋଗେ ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି । ଏହା ସହିତ ସେ ମାନ୍ୟବର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ।

delhi

ଏହି ଅବସରରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳର ସୁରେନ୍ଦ୍ର ବିଶ୍ୱାଳଙ୍କୁ ଜଗତସିଂହପୁର ଥାନା ଛକ ଓ ସିପିଛକ, ନୂଆପୋଲ ଛକ ଠାରେ ବିପୁଳ ସ୍ବାଗତ କରିବା ସହିତ ଏହି ଯାତ୍ରାର ଉଦେଶ୍ୟ ସଫଳ ଦେଉ ବୋଲି ଜଗନ୍ନାଥ ନିକଟରେ ପ୍ରାର୍ଥନା କରିଛନ୍ତି ଜନସାଧାରଣ। ଏହା ସହିତ ଏହି ସାଇକେଲ ଯାତ୍ରାରେ ଭୁବନେଶ୍ୱରରେ ପହଁଚିବା ପରେ ମହାମହିମ ରାଜ୍ୟପାଳଙ୍କୁ ମଧ୍ୟ ଏକ ଦାବିପତ୍ର ପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ସୁରେନ୍ଦ୍ର ବିଶ୍ୱାଳ। ଏହି ଯାତ୍ରା ସେ ୨୬ ଦିନ ଲାଗି କରିବେ । ତେବେ ଯେଉଁ ଲକ୍ଷ ନେଇ ସୁରେନ୍ଦ୍ର ଏହି ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ତାହା କେତେଦୁର ସଫଳ ହେବ ତାହା ସମୟ ହିଁ କହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.