ରାଜସ୍ଥାନ ସରକାରଙ୍କ ବଡ଼ ଆୟୋଜନ, ସୂର୍ଯ୍ୟସପ୍ତମୀ ଦିନ ସମସ୍ତ ବିଦ୍ୟାଳୟରେ କରାଯିବ ‘ସୂର୍ଯ୍ୟ ନମସ୍କାର’

ଫେବୃୟାରୀ ୧୫ ସୂର୍ଯ୍ୟସପ୍ତମୀ ଦିନ ରାଜସ୍ଥାନର ସମସ୍ତ ସ୍କୁଲରେ କରାଯିବ ସୂର୍ଯ୍ୟ ନମସ୍କାର । ରାଜସ୍ଥାନ ସରକାର ଏହି ବଡ଼ ଆୟୋଜନ କରିବାକୁ ଯାଉଛନ୍ତି ।

ଫେବୃୟାରୀ ୧୫ ସୂର୍ଯ୍ୟସପ୍ତମୀ ଦିନ ରାଜସ୍ଥାନର ସମସ୍ତ ସ୍କୁଲରେ କରାଯିବ ସୂର୍ଯ୍ୟ ନମସ୍କାର । ରାଜସ୍ଥାନ ସରକାର ଏହି ବଡ଼ ଆୟୋଜନ କରିବାକୁ ଯାଉଛନ୍ତି । ରାଜ୍ୟର ଶିକ୍ଷାମନ୍ତ୍ରୀ ମଦନ ଦିଲାଓ୍ଵର ନିଜ ବିଧାନସଭାମଣ୍ଡଳୀର ଏକ ସରକାରୀ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଫେବୃୟାରୀ ୧୫ରେ ସମସ୍ତ ସରକାରୀ ବିଦ୍ୟାଳୟରେ ସୂର୍ଯ୍ୟ ନମସ୍କାରର ଆୟୋଜନ କରାଯିବ ।

ମନ୍ତ୍ରୀ ଆହୁରି କହିଥିଲେ ଯେ ସ୍କୁଲଗୁଡ଼ିକରେ ପ୍ରତିଦିନ ସୂର୍ଯ୍ୟ ନମସ୍କାର କରାଯିବା ଉଚିତ । ଏହାଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶକ୍ତି ମିଳିବ ଏବଂ ପାଠପଢ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇବ । କହି ରଖୁଛୁ, ରାଜସ୍ଥାନ ସରକାର ବର୍ତ୍ତମାନ ସମସ୍ତ ସରକାରୀ ସ୍କୁଲରେ ସୂର୍ଯ୍ୟ ନମସ୍କାର ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଦେଶକ ଆଶିଷ ମୋଦି ଆଦେଶ ଜାରି ସହିତ ସମସ୍ତ ସ୍କୁଲକୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି ।

ରାଜସ୍ଥାନ ସରକାର ସୂର୍ଯ୍ୟସପ୍ତମୀରେ ଏହି ବଡ଼ ଆୟୋଜନ କରୁଛନ୍ତି । ଏଥିପାଇଁ ରାଜ୍ୟର ସମସ୍ତ ସ୍କୁଲରେ ସୂର୍ଯ୍ୟ ନମସ୍କାରର ଅଭ୍ୟାସ ଆରମ୍ଭ କରାଯିବ । ଶିକ୍ଷାମନ୍ତ୍ରୀ କହିଛନ୍ତି, ଫେବୃୟାରୀ ୧୫ରେ ସୂର୍ଯ୍ୟସପ୍ତମୀ । ଏହି ଦିନ ରାଜ୍ୟ ସରକାର ଏକ ବଡ଼ ରେକର୍ଡ ସୃଷ୍ଟି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.