ଗାଜାରେ ଗ୍ରାଉଣ୍ଡ ଅପରେସନ୍, ଇସ୍ରାଏଲ ହରାଇଲା ୨୪ ସୈନ୍ୟ

ଗୋଟିଏ ଦିନରେ ଇସ୍ରାଏଲ ହରାଇଲା ୨୪ ସୈନ୍ୟ । ସେମାନଙ୍କ ଭିତରେ ୨୧ ଜଣ ଥିଲେ ରିଜର୍ଭ ଥିଲେ। କେନ୍ଦ୍ରୀୟ ଗାଜାରେ ବିସ୍ଫୋରଣରେ ୨୪ ଜଣ ପ୍ରାଣ ହରାଇଛନ୍ତି ।

ହମାସ ସହ ଯୁଦ୍ଧ ଭିତରେ ଇସ୍ରାଏଲକୁ ବଡ଼ ସାମରିକ ଝଟକା। ଗୋଟିଏ ଦିନରେ ଇସ୍ରାଏଲ ହରାଇଲା ୨୪ ସୈନ୍ୟ । ସେମାନଙ୍କ ଭିତରେ ୨୧ ଜଣ ଥିଲେ ରିଜର୍ଭ ଥିଲେ। କେନ୍ଦ୍ରୀୟ ଗାଜାରେ ବିସ୍ଫୋରଣରେ ୨୪ ଜଣ ପ୍ରାଣ ହରାଇଛନ୍ତି । ଗାଜାରେ ଗ୍ରାଉଣ୍ଡ ଅପରେସନ୍ ପରେ ଇସ୍ରାଏଲ୍ ସୈନ୍ୟ ପାଇଁ ଏହା ସବୁଠୁ ବଡ଼ ସାମରିକ କ୍ଷତି ।

କେନ୍ଦ୍ରୀୟ ଗାଜାରେ ହମାସ ଆତଙ୍କବାଦୀଙ୍କ ଭିତ୍ତିଭୂମି ଓ ବିଲଡିଂକୁ ଧ୍ବଂସ କରିବା ପାଇଁ ଇସ୍ରାଏଲ୍ ସୈନ୍ୟ ବିସ୍ଫୋରକ ବିଛାଉଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏତିକିବେଳେ ଗୋଟିଏ ବିଲଡିଂକୁ ହିଟ୍ କରିଥିଲା ଗୋଟିଏ ରକେଟ ଚାଳିତ ଗ୍ରେନେଡ । ଏହାପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପରେ ଆଉ ଗୋଟିଏ ରକେଟ୍ ଚାଳିତ ଗ୍ରେନେଡ୍ ଆଇଡିଏଫର ଟ୍ୟାଙ୍କ ଉପରେ ମାଡ଼ ହୋଇଥିଲା । ଦୁଇଟି ବିସ୍ଫୋରଣରେ ନିହତ ହୋଇଛନ୍ତି ୨୪ ସୈନ୍ୟ । ପାଲେଷ୍ଟାଇନ ଯୋଦ୍ଧା ରକେଟ ମାଡ଼ କରିଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରୁଛି ଆଇଡିଏଫ୍। ଅକ୍ଟୋବର ୭ରେ ହମାସ ଆକ୍ରମଣ ପରେ ସ୍ଥାନାନ୍ତର ହୋଇଥିବା ଦକ୍ଷିଣ ଇସ୍ରାଏଲ ନାଗରିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରିବା ଅପରେସନରେ ଏହି ସୈନ୍ୟ ସାମିଲ ଥିଲେ।

You might also like