ଖୁବ୍‌ ଶୀଘ୍ର ସିନେମା ଘରକୁ ଆସୁଛି ‘ଏମରଜେନ୍ସି’, ଜାଣନ୍ତୁ କେବେ ହେବ ରିଲିଜ୍‌

ଅଯୋଧ୍ୟାରେ ରାମ ମନ୍ଧିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାର ଗୋଟିଏ ଦିନ ପରେ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ଅପ୍‌କମିଂ ଫିଲ୍ମ ‘ଏମରଜେନ୍ସି’ ରିଲିଜ୍ ଡେଟ୍‌ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ କଙ୍ଗନା ଫିଲ୍ମ ‘ଏମରଜେନ୍ସି’ ର ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।

ଗତକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କଙ୍ଗନା ରାଣାୱତ ରାମଙ୍କ ନାମରେ ବୁଡି ରହିଥିବାର ଦେଖିବାକୁ ମିଳିଥିଲା । ତେବେ ଅଭିନେତ୍ରୀଙ୍କ ଶ୍ରୀ ରାମ ଜପ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଅଯୋଧ୍ୟାରେ ରାମ ମନ୍ଧିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାର ଗୋଟିଏ ଦିନ ପରେ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ଅପ୍‌କମିଂ ଫିଲ୍ମ ‘ଏମରଜେନ୍ସି’ ରିଲିଜ୍ ଡେଟ୍‌ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ କଙ୍ଗନା ଫିଲ୍ମ ‘ଏମରଜେନ୍ସି’ ର ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ତେବେ କଙ୍ଗନା ନିଜେ ଏହି ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଲେଖିଛନ୍ତି । ପୋଷ୍ଟରରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରୂପେ ଦେଖିବାକୁ ମିଳିଛନ୍ତି । ସେ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ଆମେ ଭାରତର ଅନ୍ଧକାର ସମୟର ଷ୍ଟୋରି ପ୍ରକାଶ କରିବୁ । ଜୁନ୍ ୧୪, ୨୦୨୪ ରେ ଫିଲ୍ମ ‘ଏମରଜେନ୍ସି’ ରିଲିଜ୍‌ ହେବ ବୋଲି ଘୋଷଣା କରାଯାଇଛି । ଏହି ଷ୍ଟୋରିଟି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ ହୋଇଛି ।

ସୂଚନା ମୁତାବକ, କଙ୍ଗନା କହିଛନ୍ତି ଯେ ଫିଲ୍ମ ‘ଏମରଜେନ୍ସି’ ହେଉଛି ତାଙ୍କର ସବୁଠାରୁ ଉଚ୍ଚକୋଟୀର ପ୍ରକଳ୍ପ ଏବଂ ମାଣିକର୍ଣ୍ଣିକା ପରେ ମୋର ଦ୍ୱିତୀୟ ନିର୍ଦ୍ଦେଶକ ଉଦ୍ୟମ ଫିଲ୍ମ । ଏହି ଫିଲ୍ମଟି କଙ୍ଗାନାଙ୍କ ସବୁଠାରୁ ବଡ଼ ବଜେଟ୍‌ର ଫିଲ୍ମ ହେବାକୁ ଯାଉଛି । ଏହି ଫିଲ୍ମ ପ୍ରଥମେ ନଭେମ୍ବର ୨୪,୨୦୨୩ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ କିଛି କାରଣ ଯୋଗୁ ଏହି ଫିଲ୍ମ ଜୁନ୍ ୧୪, ୨୦୨୪ରେ ରିଲିଜ୍‌ ହେବାକୁ ଯାଉଛି ।

ଜି ଷ୍ଟୁଡିଓ ଏବଂ ମାଣିକର୍ଣ୍ଣିକା ଫିଲ୍ମ ଦ୍ୱାରା ନିର୍ମିତ ଫିଲ୍ମ ‘ଏମରଜେନ୍ସି’ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମରେ ଭାରତୀୟ ଗଣତନ୍ତ୍ର ଇତିହାସରେ ସବୁଠାରୁ ବିବାଦୀୟ ପ୍ରସଙ୍ଗ ଏକ ମେଗା ବଜେଟ୍ ଚିତ୍ରଣ ରୂପେ ଉପସ୍ଥାପିତ ହୋଇଛି । ଏହି ଫିଲ୍ମରେ କଙ୍ଗନା ରାଣାୱତ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯାତ୍ରା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅନୁପମ ଖେର, ମହିମା ଚୌଧୁରୀ, ମିଲିଦ୍‌ ସୋମାନ, ଶ୍ରେୟସ ତାଲପଡେ, ବିଶାକ ନାୟାର ଏବଂ ଦେବଗତ ସତୀଶ କୌଶିକ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମର ସ୍କ୍ରିପ୍ଟକୁ ରିତେଶ ଶାହା ଲେଖିଛନ୍ତି । ଏହି ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନକୁ ନେଇ କରାଯାଇଛି । ଫିଲ୍ମ ‘ଏମରଜେନ୍ସି’ ହେଉଛି କଙ୍ଗନାଙ୍କର ପ୍ରଥମ ଏକକ ନିର୍ଦ୍ଦେଶକ ଫିଲ୍ମ । ଏବେ ଦେଖିବାର ଅଛି ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.