ନ୍ୟୁ ହାମ୍ପସାୟର ପ୍ରାଇମେରୀ ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ, ନିକ୍କି ହାଲ୍ଲିଙ୍କୁ ଦେଲେ ଟକ୍କର

ରାଷ୍ଟ୍ରପତି ନିର୍ବାଚନରେ ଡୋଲାନ୍ଡ ଟ୍ରମ୍ପଙ୍କ ବଡ଼ ବିଜୟ । ନ୍ୟୁ ହାମ୍ପସାୟର ପ୍ରାଇମେରୀ ଇଲେକସନରେ ବଡ଼ ବିଜୟ ହାସଲ କରିଛନ୍ତି ଟ୍ରମ୍ପ । ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ନିକି ହାଲିଙ୍କୁ ହରାଇଛନ୍ତି ।

ଆମେରିକାରେ ଜାରି ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋଲାନ୍ଡ ଟ୍ରମ୍ପଙ୍କ ବଡ଼ ବିଜୟ । ରିପବ୍ଲିକାନ୍ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ରାସ୍ତା ପରିସ୍କାର ହେବାରେ ଲାଗିଛି ।  ନ୍ୟୁ ହାମ୍ପସାୟର ପ୍ରାଇମେରୀ ଇଲେକସନରେ ବଡ଼ ବିଜୟ ହାସଲ କରିଛନ୍ତି ଟ୍ରମ୍ପ । ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ନିକି ହାଲିଙ୍କୁ ହରାଇଛନ୍ତି ।

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ରିପବ୍ଲିକାନ୍ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ନିକ୍କି ହାଲି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ନ୍ୟୁ ହାମ୍ପସାୟର ପ୍ରାଥମିକ ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବିଜୟ ହାସଲ କରିଛନ୍ତି । ଏହାପୂର୍ବରୁ ଟ୍ରମ୍ପ ଆଇଓଆରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟ ଜିତିଥିଲେ । ଏହି ଦୁଇଟି ବଡ ବିଜୟ ସହିତ ରିପବ୍ଲିକାନ୍ ପାର୍ଟିରୁ ପ୍ରାର୍ଥୀ ହେବାକୁ ଟ୍ରମ୍ପଙ୍କ ଉଦ୍ୟମ ତୀବ୍ର ହୋଇଛି । ବର୍ତ୍ତମାନ ନିକ୍କି ହାଲି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.