ପଶ୍ଚିମବଙ୍ଗରେ ପୁଣି EDର ଆକ୍ସନ, ସିଆର୍‌ପିଏଫ୍‌ର ୨୪ ଗାଡ଼ି ସହିତ ଟିଏମ୍‌ସି ନେତାଙ୍କ ଘରେ ପହଞ୍ଚିଲା ଟିମ୍‌

ପଶ୍ଚିମବଙ୍ଗର ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣିଥରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶାହଜହାଁ ଶେଖଙ୍କ ଘରେ ପହଞ୍ଚିଛି । ଇଏ ସେହି ଟିଏମ୍‌ସି ନେତା, ଯାହାଙ୍କ ଘରେ ଜାନୁୟାରୀ ୫ରେ ପହଞ୍ଚିଥିବା ଇଡି ଟିମ୍‌ ଉପରେ ଲୋକେ ଆକ୍ରମଣ କରିଥିଲେ ।

ଏଥର ଇଡି ଟିମ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ ପହଞ୍ଚିଛି । ତାଙ୍କ ସହିତ ସିଆର୍‌ପିଏଫ୍‌ର ଏକ କମ୍ପାନୀ ମଧ୍ୟ ଅଛି । ୨୪ଟି ଗାଡ଼ିରେ କେନ୍ଦ୍ରୀୟ ସୁରକ୍ଷାବଳର ଯବାନମାନେ ମୁତୟନ ଅଛନ୍ତି । ଏହା ବ୍ୟତୀତ ସ୍ଥାନୀୟ ପୋଲିସ ମଧ୍ୟ ସହାୟତା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଅଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁୟାରୀ ୫ରେ ଇଡି ଟିମ୍‌ ଟିଏମ୍‌ସି ନେତା ଶାହଜହାଁ ଶେଖଙ୍କ ଘରେ ପହଞ୍ଚିଥିଲା । ସେତେବେଳେ ଶେଖ୍‌ଙ୍କ ସମର୍ଥକମାନେ ଇଡି ଅଧିକାରୀମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଇଡି ସହିତ କେନ୍ଦ୍ରୀୟ ସୁରକ୍ଷାବଳର ଗାଡ଼ିଗୁଡ଼ିକ ମଧ୍ୟ ଭଙ୍ଗାରୁଜା ହୋଇଥିଲା ।

କହି ରଖୁଛୁ, ଇଡି ଟିମ୍‌ ୨୪ ପରଗନା ଜିଲ୍ଲାରେ ଥିବା ଶାହଜହାଁ ଶେଖଙ୍କ ଘରେ ଚଢ଼ାଉ ପାଇଁ ପହଞ୍ଚିଥିଲା । ଏହି ସମୟରେ ୩ ଜଣ ଅଧିକାରୀ ଆହତ ହୋଇଥିଲେ । ଆହତ ଅଧିକାରୀମାନଙ୍କ ମଧ୍ୟରେ ରାଜକୁମାର ରାମ, ସୋମନାଥ ଦତ୍ତ ଓ ଅଙ୍କୁର ଗୁପ୍ତା ଥିଲେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.