ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର, ମିଳିବ ତୁରନ୍ତ ଆରାମ

ପାଦରେ ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ହେବା ପଛରେ ଏକ ମୁଖ୍ୟ କାରଣ ହେଉଛି ପାଦ ଓଦା ରହିବା, ଯାହା ଦ୍ୱାରା ପାଦ କୁଣ୍ଡେଇ ହେବା ସହ ଆହୁରି ଅନେକ ସମସ୍ୟା ହୋଇପାରେ । ଏହା ବ୍ୟତୀତ ମଇଳା ମୋଜା ପିନ୍ଧିବା ଦ୍ୱାରା ପାଦର ନଖରେ ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ ଆପଣ ଏହି ଘରୋଇ ଉପଚାରଗୁଡ଼ିକର ସାହାଯ୍ୟ ନେଇପାରିବେ ଏବଂ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଶୀତଦିନେ ପାଦରେ ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ସମସ୍ୟା ଅଧିକ ବଢିଯାଏ । ଅନେକ ଥର ଲୋକମାନେ ଏହି ଯନ୍ତ୍ରଣାରେ ବହୁତ କଷ୍ଟ ପାଇଥାନ୍ତି । ଏପରି ପରିସ୍ଥିତିରେ ଯଦି କିଛି ଘରୋଇ ଉପଚାର ବ୍ୟବହାର କରିବେ, ତେବେ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । ବାସ୍ତବରେ ପାଦରେ ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ହେବା ପଛରେ ଏକ ମୁଖ୍ୟ କାରଣ ହେଉଛି ପାଦ ଓଦା ରହିବା, ଯାହା ଦ୍ୱାରା ପାଦ କୁଣ୍ଡେଇ ହେବା ସହ ଆହୁରି ଅନେକ ସମସ୍ୟା ହୋଇପାରେ । ଏହା ବ୍ୟତୀତ ମଇଳା ମୋଜା ପିନ୍ଧିବା ଦ୍ୱାରା ପାଦର ନଖରେ ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ ଆପଣ ଏହି ଘରୋଇ ଉପଚାରଗୁଡ଼ିକର ସାହାଯ୍ୟ ନେଇପାରିବେ ଏବଂ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଲିମ୍ବ ତେଲ ଲଗାନ୍ତୁ :
ଯଦି ଆପଣଙ୍କ ପାଦରେ ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ହେଉଛି, ତେବେ ଆପଣ ଲିମ୍ବ ତେଲ ଲଗାଇବା ଉଚିତ୍ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣରେ ଭରପୂର ରହିଥାଏ, ଯାହା ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ଏବଂ ଚର୍ମ ସମସ୍ୟାକୁ କମ କରିଥାଏ । ଏପରି ମଧ୍ୟ ପାଦର ଅନ୍ୟ ସମସ୍ୟା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ । ଯଦି ଆପଣ ଏହି ସମସ୍ୟାରେ ପିଡୀତ, ତେବେ କେବଳ ଆପଣଙ୍କୁ ପାଦରେ ଲିମ୍ବ ତେଲ ଲଗାଇବାକୁ ପଡିବ । ଆପଣ ଏପରି ଦିନକୁ ଦୁଇରୁ ତିନିଥର କରନ୍ତୁ । ଦେଖିବେ ଆପଣ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ।

ଆପଲ୍ ସାଇଡର୍ ଭିନେଗାର ସହିତ ପାଦ ଧୋଇ ଦିଅନ୍ତୁ :
ଆପଣ ଆପଲ୍ ସାଇଡର୍ ଭିନେଗାରରେ ପାଦ ଧୋଇ ପାରିବେ । ବାସ୍ତବରେ ଆପଲ୍ ସାଇଡର୍ ଭିନେଗାରରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣରେ ଭରପୂର ରହିଥାଏ ଯାହା ଦ୍ୱାରା ଏଥିରେ ପାଦ ଧୋଇବା ଦ୍ୱାରା ଇନ୍‌ଫେକ୍ସନ୍‌ କମ ହୋଇଥାଏ । ଏହା ବ୍ୟତୀତ ଆପଣ ଏହି ଯନ୍ତ୍ରଣା ଏବଂ ଫୁଲାକୁ ମଧ୍ୟ ମୁକ୍ତି ପାଇବେ । ତେଣୁ ରାତିରେ ଶୋଇବା ପୂର୍ବରୁ ଏବଂ ଗାଧୋଇବା ପୂର୍ବରୁ ଆପଲ୍ ସାଇଡର୍ ଭିନେଗାରରେ ପାଦ ଧୋଇ ଦିଅନ୍ତୁ ।

ଲବଙ୍ଗ ତେଲ ଲଗାନ୍ତୁ :
ଲବଙ୍ଗ ତେଲ ଲଗାଇବା ଦ୍ୱାରା ପାଦର ଫଙ୍ଗଲ ଇନ୍‌ଫେକ୍ସନ୍‌ କମ ହୋଇଥାଏ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ପରିପୂର୍ଣ୍ଣ ହୋଇଥାଏ ଯାହା ଇନ୍‌ଫେକ୍ସନ୍‌ ସମସ୍ୟାକୁ କମ କରିପାରେ । ଏହା ବ୍ୟାକ୍ଟରି ବଢିବାରୁ ରୋକିଥାଏ ଏବଂ ଏହା ଦ୍ୱାରା ହେଉଥିବା କଷ୍ଟ ମଧ୍ୟ ଦୂର ହୋଇଥାଏ । ଏହିପରି ପାଦରେ ଫଙ୍ଗଲ୍ ଇନ୍‌ଫେକ୍ସନ୍‌କୁ କମ କରିବା ପାଇଁ ଆପଣ ଏହି ଘରୋଇ ଉପଚାର ବ୍ୟବହାର କରିପାରିବେ । ଯାହା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.