ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ : କଡ଼ା ସୁରକ୍ଷା ବଳରେ ପରେଡର ଫୁଲଡ୍ରେସ୍ ରିହରସଲ୍

୭୫ତମ ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ । ସୁରକ୍ଷା କଡ଼ାକଡି । ଦିଲ୍ଲୀ କର୍ତ୍ତବ୍ୟପଥରେ ଗତକାଲି ପରେଡର ଫୁଲଡ୍ରେସ୍ ରିହରସଲ୍ ହୋଇଥିଲା । ଚଳିତ ଥର ସାଧାରଣତନ୍ତ୍ର ଦିବସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ହେବେ ।

ନୂଆଦିଲ୍ଲୀ : ୭୫ତମ ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ । ସୁରକ୍ଷା କଡ଼ାକଡି । ଦିଲ୍ଲୀ କର୍ତ୍ତବ୍ୟପଥରେ ଗତକାଲି ପରେଡର ଫୁଲଡ୍ରେସ୍ ରିହରସଲ୍ ହୋଇଥିଲା । ଚଳିତ ଥର ସାଧାରଣତନ୍ତ୍ର ଦିବସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ହେବେ । ବାୟୁସେନାର ୫୧ଟି ବିମାନ ଫ୍ଲାଏପାଷ୍ଟ କରିବେ । ସେଥିରେ ରହିଛି ୨୯ଟି ଲଢୁଆ ବିମାନ, ୭ଟି ପରିବହନ ବିମାନ, ୯ଟି ହେଲିକପ୍ଟର ଓ ଗୋଟିଏ ଐତିହ୍ୟ ବିମାନ ।

ଏଗୁଡ଼ିକୁ ୬ଟି ଭିନ୍ନ ଭିନ୍ନ ବେସରୁ ପରିଚାଳନା କରାଯିବ । ସେହିପରି ଗଣତନ୍ତ୍ର ଦିବସ ପରେଡରେ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ, ୯ଟି ମନ୍ତ୍ରାଳୟ ଓ ବିଭାହର ୨୫ ପ୍ରଜ୍ଞାପନ ମେଢ଼ ସାମିଲ ହେବ । ପ୍ରଜ୍ଞାପନ ମେଢ଼ରେ ରହିବ ରାମମନ୍ଦିର ଝଲକ । ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ସବୁଠୁ ଆଗରେ ରହିବେ ପ୍ରଭୁ ଶ୍ରୀରାମ । ସେହିପରି ଇସ୍ରୋର ପ୍ରଜ୍ଞାପନ ମେଢ଼ରେ ମୁଖ୍ୟ ଆକର୍ଷଣ ରହିବ ଚନ୍ଦ୍ରଯାନ-୩ । ଏଥର ଗଣତନ୍ତ୍ର ଦିବସ ପାଇଁ ୧୩ ହଜାର ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.