ରାମଲାଲାଙ୍କ ଦର୍ଶନ ପାଇଁ ଦ୍ୱୀତିୟ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ, ବୟସ୍କ ଏବଂ ଦିବ୍ୟାଙ୍ଗ ୨ ସପ୍ତାହ ନ ଆସିବାକୁ ଅପିଲ

ରାତିରୁ ରାମମନ୍ଦିର ବାହାରେ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । ଏହା ମଧ୍ୟରେ ପ୍ରଶାସନ ବୟସ୍କ ଏବଂ ଦିବ୍ୟାଙ୍ଗକୁ ୨ ସପ୍ତାହ ନ ଆସିବାକୁ ଅପିଲ କରିଛି । ପ୍ରଶାସନ କହିବା ମୁତାବକ, ରାମମନ୍ଦିର ଭିତରେ ଏବଂ ବାହାରେ ପ୍ରବଳ ଭିଡ ଲାଗିଛି । ଶ୍ରଦ୍ଧାଳୁ କିପରି ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହୋଇସାରିଛି । ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ରାମଲାଲା । ରାମଲାଲାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ପହଞ୍ଚିଛି । ଭକ୍ତଙ୍କ ଭିଡ ଦେଖି ପ୍ରଶାସନ ଏକଜୁଟ ହୋଇପଡିଛି । ରାତିରୁ ରାମମନ୍ଦିର ବାହାରେ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । ଏହା ମଧ୍ୟରେ ପ୍ରଶାସନ ବୟସ୍କ ଏବଂ ଦିବ୍ୟାଙ୍ଗକୁ ୨ ସପ୍ତାହ ନ ଆସିବାକୁ ଅପିଲ କରିଛି । ପ୍ରଶାସନ କହିବା ମୁତାବକ, ରାମମନ୍ଦିର ଭିତରେ ଏବଂ ବାହାରେ ପ୍ରବଳ ଭିଡ ଲାଗିଛି । ଶ୍ରଦ୍ଧାଳୁ କିପରି ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି ।

ଖବର ମୁତାବକ, ଗତକାଲି ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥିଲେ । ସେହିପରି ଆଜି ସକାଳୁ ରାମମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରମୁଖ ଗୃହ ସଚିବ ସଞ୍ଜୟ ପ୍ରସାଦ ଏବଂ ସ୍ପେଶାଲ ଡିଜି ପ୍ରଶାନ୍ତ କୁମାର ନିଜେ ବ୍ୟବସ୍ଥା ସମ୍ଭାଳୁଥିବା ନଜର ଆସିଛନ୍ତି ।


ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମମନ୍ଦିର ଅଞ୍ଚଳ ଆକାଶ ମାର୍ଗରୁ ସର୍ଭେ କରିଛନ୍ତି । ଆଉ ଏଠିକାର ବ୍ୟବସ୍ଥା କରିବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ମାଇକ ଯୋଗେ ଶ୍ରଦ୍ଧାଳୁଙ୍କ ସହିତ ବ୍ୟବସ୍ଥା ବଜାୟ ରଖିବାକୁ ଅପିଲ କରିଥିବା ବେଳେ ସମସ୍ତେ ଶାନ୍ତିରେ ଦର୍ଶନ କରିବାକୁ ନିବେଦନ କରିଛନ୍ତି ।

ପ୍ରଶାସନ ୨୬ ଜାନୁଆରୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ଆସିବାକୁ ରୋକ ଲାଗାଇଛନ୍ତି । ଅଯୋଧ୍ୟା ଜିଲ୍ଲାପାଳ ନୀତିଶ କୁମାରଙ୍କ ମୁତାବକ, ରାତି ୧୦ଟା ପର୍ଯ୍ୟନ୍ତ ୩ରୁ ୪ ଲକ୍ଷ ଶ୍ରଦ୍ଧାଳୁ ରାମ ମନ୍ଦିର ଆସିଥିବା କହିଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ଆରଏଏଫ ଡେପୁଟି କମାଣ୍ଡାଣ୍ଟ ଅରୁଣ ତିଓ୍ଵାରୀ ସମ୍ଭାଳିଛନ୍ତି । ୮ ହଜାରରୁ ଅଧିକ ସୁରକ୍ଷା କର୍ମୀ ରହିଛନ୍ତି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ରାମମନ୍ଦିର ବାହାରେ ଲାଇନ ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.