ନବମ ଦିନରେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା : କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ମହାରାଜା କଂସ

ଗୋପପୁର ଛାଡ଼ି ମଥୁରା ଅଭିମୁଖେ ବାହାରିଲେ କୃଷ୍ଣ ବଳରାମ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ନବମ ଦିନରେ ଦୁଇ ଭାଇ କୃଷ୍ଣ- ବଳରାମଙ୍କୁ ସାଙ୍ଗରେ ନେଇ କଂସ ମହାରାଜଙ୍କ ମନ୍ତ୍ରୀ ଅକୃର ମଥୁରା ନଗରୀ ଅଭିମୁଖେ ଯାତ୍ରା କରିଛନ୍ତି । କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ପ୍ରବଳ ପ୍ରତାପୀ ମାମୁଁ କଂସ ଆୟୋଜନ କରିଛନ୍ତି ଛଳନାର ଧନୁଯାତ୍ରା।

ବରଗଡ଼ (କେନ୍ୟୁଜ): ଗୋପପୁର ଛାଡ଼ି ମଥୁରା ଅଭିମୁଖେ ବାହାରିଲେ କୃଷ୍ଣ ବଳରାମ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ନବମ ଦିନରେ ଦୁଇ ଭାଇ କୃଷ୍ଣ- ବଳରାମଙ୍କୁ ସାଙ୍ଗରେ ନେଇ କଂସ ମହାରାଜଙ୍କ ମନ୍ତ୍ରୀ ଅକୃର ମଥୁରା ନଗରୀ ଅଭିମୁଖେ ଯାତ୍ରା କରିଛନ୍ତି । କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ପ୍ରବଳ ପ୍ରତାପୀ ମାମୁଁ କଂସ ଆୟୋଜନ କରିଛନ୍ତି ଛଳନାର ଧନୁଯାତ୍ରା । ଧନୁଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ ପଠାଇଛନ୍ତି କଂସ । ଏହି ନିମନ୍ତ୍ର ଧରି ଗୋପପୁରରେ ପହଞ୍ଚି ଥିଲେ ମନ୍ତ୍ରୀ ଅକ୍ରୁର । ଏତିକି ବେଳେ ଗୋପପୁରରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ।

ଶ୍ରୀ କୃଷ୍ଣ – ବଳରାମଙ୍କୁ ଛାଡ଼ିବା ପାଇଁ ନନ୍ଦରାଜା, ଯଶୋଦା, ଗୋପୀମାନଙ୍କ ସହ ରାଧା ନାରାଜ । ସେମାନେ ବାଟ ଓଗାଳି ଥିଲେ । ତେବେ ଅନେକ ବୁଝାଶୁଝା ପରେ ଅଶ୍ରୃଳ ବିଦାୟ ଦେଇଛନ୍ତି ଦୁଇ ଭାଇଙ୍କୁ । ଅନ୍ୟପଟେ ମଥୁରାରେ ମହାରାଜ କଂସ ନଗର ଭ୍ରମଣ କରି ଆମ୍ରବନରେ ମୁନି ଋଷିମାନଙ୍କୁ ଆକ୍ରମଣ କରି ବନ୍ଦୀ କରିଛନ୍ତି  । ଏପଟେ ବାଟରେ ରାଧାଙ୍କ ସମେତ ଗୋପାଙ୍ଗନାମାନେ କୃଷ୍ଣଙ୍କ ବାଟ ଓଗାଳିଛନ୍ତି  । ମଥୁରା ଯିବା ପାଇଁ ଦେବୁ ନାହିଁ ଏହି ଭାବନାରେ ରାଧା ମୁର୍ଚ୍ଛିତ ହୋଇ ପଡିଛନ୍ତି  । ତେବେ କୃଷ୍ଣ – ବଳରାମ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେବା ପରେ ସେମାନଙ୍କୁ ବାଟ ଛାଡ଼ିଛନ୍ତି । ଶେଷରେ ଗୋପାଙ୍ଗନାମାନେ ଭଗବାନ ଶ୍ରୀକୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.