ଯୁବକଙ୍କୁ ନିର୍ମମ ହତ୍ୟା! ବେକ, ହାତ, ପିଠିକୁ ହାଣି ପକାଇଲେ ଦୁର୍ବୃତ୍ତ

ବାଲେଶ୍ୱର(କେନ୍ୟୁଜ୍‌): ଯୁବକଙ୍କୁ ନିର୍ମମ ହତ୍ୟା। ବେକ, ହାତ, ପିଠିକୁ ହାଣି ପକାଇଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଚାନ୍ଦିପୁର ରୋଡରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ହତ୍ୟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାକଡକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।

ମୃତକ ସୁନହଟ ଅଞ୍ଚଳର ବାପୁନୁ ଓରଫ ସତ୍ୟବ୍ରତ ଦାସ। ଘଟଣାସ୍ଥଳରୁ ନମ୍ବର ପ୍ଲେଟ ନଥିବା ଏକ ବାଇକ୍‌, ଭୁଜାଲି ଖୋଳ ଓ ମାରଣାସ୍ତ୍ର ଜବତ କରାଯାଇଛି। ତେବେ ଯୁବକଙ୍କୁ କିଏ ଓ କାହିଁକି ଏପରି ନିର୍ମମ ଭାବେ ହତ୍ୟା କଲା ତାହା ଜଣାପଡିନାହିଁ।

ଖବର ପାଇ ବାଲେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ହତ୍ୟା ପଛରେ ପୂର୍ବ ଶତୃତା ଥାଇପାରେ ବୋଲି ସନ୍ଦେହ କରାଯାଉଛି।