ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା, ଗତକାଲି ହେଲାନି ମଙ୍ଗନ

ଭୁବନେଶ୍ବର(କେନ୍ୟୁଜ୍‌): ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଗତକାଲି ହୋଇପାରିଲାନି ମଙ୍ଗନ। ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଥିଲା। ମଙ୍ଗନ ହୋଇନଥିବାରୁ ଶିବ ବିବାହ ହେବା ନେଇ ଆଶଙ୍କା ଦେଖାଦେଇଛି।

ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ସହିତ ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ସତ୍ତ୍ୱେ ବାହାରି ପାରୁନି ନିଷ୍କର୍ସ। ପୂର୍ବ ଦାବି ପୂରଣ ହୋଇନଥିବାରୁ ଉଭୟ ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗ ଅସହଯୋଗ କରିଛନ୍ତି। ସମାଧାନର ବାଟ ନବାହାରିଲେ ଚଳିତ ବର୍ଷ ଶୀତଳଷଷ୍ଠୀ ବନ୍ଦ ହେବା ସମ୍ଭାବନା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.