Below header

ବାହାଘର ପୂର୍ବରୁ ବିଷ ପିଇ ଜୀବନ ହାରିଲେ ଯୁବତୀ, କାରଣ ଅସ୍ପଷ୍ଟ

ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ନୂଆଁଟାଙ୍ଗଣ ଗାଁରେ ବାହାଘର ପୂର୍ବରୁ ବିଷ ପିଇ ଜୀବନ ହାରିଲେ ଯୁବତୀ। ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ କରାଯାଇନାହିଁ

ଭଞ୍ଜନଗର (କେନ୍ୟୁଜ): ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ନୂଆଁଟାଙ୍ଗଣ ଗାଁରେ ଘଟିଛି ଏଭଳି ଘଟଣା । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତଦେହକୁ ଜବତ କରି ତାରାସିଙ୍ଗି ଥାନା ପୋଲିସ ତଦନ୍ତ ଚଳାଇଛି । ଆଉ କିଛିଦିନ ପରେ ଯୁବତୀଙ୍କ ବାହାଘର ହେବାର ଥିଲା । ତା’ ପୂର୍ବରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.