Below header

ୟୁଟୁବ୍ ଦେଖି ବନିଗଲେ ଚିତ୍ରଶିଳ୍ପୀ: ଏବେ ନିଜ ପଢା ଖର୍ଚ୍ଚ ସହିତ ଘର ଖର୍ଚ୍ଚ ଉଠାଉଛନ୍ତି ଶୁଭମ୍

ୟୁଟୁବ ରୁ ଦେଖି ଏବେ ସେ ବନିଛନ୍ତି ଜଣେ ଚିତ୍ର ଶିଳ୍ପୀ। ବିଭିନ୍ନ ବିବାହ, ବ୍ରତ ଓ ଅନ୍ୟାନ୍ୟ ଚିତ୍ର ଆଙ୍କି କିଛି ରୋଜଗାର କରୁଛନ୍ତି । ସେଥିରେ ତାଙ୍କ ପାଠ ପଢା ଖର୍ଚ୍ଚ ଉଠୁଛି। ଏଭଳି ଜଣେ ଯୁବକ ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂଶଡା ପଂଚାୟତ ଦଦୀବାବନପୁର ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ପୁଅ ଶୁଭମ୍ ।

ଯାଜପୁର ଟାଉନ୍‌(କେନ୍ୟୁଜ୍): ଭଳିକି ଭଳି ଚିତ୍ର । ସ୍ୱାଧୀନତା ସଂଗ୍ରାମୀ ଠାରୁ ଆରମ୍ଭ କରି ବିଭିନ୍ନ ଦେବା ଦେବୀଙ୍କ ପର୍ଯ୍ୟନ୍ତ ସବୁ ଚିତ୍ର ଆଙ୍କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛନ୍ତି। ନିଜ ପଢା ଖର୍ଚ୍ଚ ଓ ଘର ଖର୍ଚ୍ଚ ଚଳାଇବା ପାଇଁ ନିଶା କୁ ପେଷା ରେ ପରିଣତ କରିଛନ୍ତି। ୟୁଟୁବ ରୁ ଦେଖି ଏବେ ସେ ବନିଛନ୍ତି ଜଣେ ଚିତ୍ର ଶିଳ୍ପୀ। ବିଭିନ୍ନ ବିବାହ, ବ୍ରତ ଓ ଅନ୍ୟାନ୍ୟ ଚିତ୍ର ଆଙ୍କି କିଛି ରୋଜଗାର କରୁଛନ୍ତି । ସେଥିରେ ତାଙ୍କ ପାଠ ପଢା ଖର୍ଚ୍ଚ ଉଠୁଛି। ଏଭଳି ଜଣେ ଯୁବକ ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂଶଡା ପଂଚାୟତ ଦଦୀବାବନପୁର ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ପୁଅ ଶୁଭମ୍ ।

କରୋନା ସମୟରେ ବାପାଙ୍କ ଚାକରି ଗଲା ପରେ ପରିବାର ଚଳାଇବା କଷ୍ଟ କର ହୋଇଥିଲା। ଏବେ ଶୁଭମର ସହଯୋଗରେ ଘର ଖର୍ଚ୍ଚ ଚଳୁଛି। ଯାହାକୁ ନେଇ ବେଶ ଖୁସି ଅଛନ୍ତି ପରିବାର ଲୋକେ। ଘରେ ବସି ସବୁବେଳେ ଭଳିକି ଭଳି ଚିତ୍ର ଆଙ୍କିବାରେ ନିମଗ୍ନ ରୁହନ୍ତି ଶୁଭମ। ତେବେ ଏଥିପାଇଁ ଆଜି ଯାଏ କିନ୍ତୁ ତାଙ୍କର କୌଣସି ଗୁରୁ ନାହାନ୍ତି। ତଥାପି ପରିବେଶ ଓ ପରିସ୍ଥିତି ତାଙ୍କୁ ଆଜି ଜଣେ ଚିତ୍ରକର ବନାଇଦେଇଛି। ଚିତ୍ର ଆଙ୍କିବା ପ୍ରତି ଥିବା ଦୁର୍ବଳତା ଆଜି ତାଙ୍କୁ ରୋଜଗାର ଦେଇଛି। ଯୁକ୍ତ ଦୁଇ ରେ ପାଠ ପଢିବା ସହିତ ଏହି ଚିତ୍ର ଆଙ୍କି ଯାହା ରୋଜଗାର କରନ୍ତି ସେଥିରେ ନିଜ ପାଠ ପଢା ଖର୍ଚ୍ଚ ଉଠେ।

artist

ଏପଟେ ଚାକିରି ଚାଲିଯିବା ପରେ ବାପା ଚା,ପାନ ଦୋକାନ କଲେ। ତଥାପି କୌଣସି ପ୍ରକାର ଘର ଖର୍ଚ୍ଚ ଚଳେଇବା କଷ୍ଟକର ହୋଇପଡିଲା ଯାହାଫଳରେ ଶୁଭମଙ୍କ ପାଠ ପଢା ଆଗେଇ ପାରିଲା ନାହିଁ। ଚିତ୍ରକଳା ପ୍ରତି ତାଙ୍କର ରୁଚି ଥିଲା, ତେଣୁ ବାଧ୍ୟ ହୋଇ ଶୁଭମ ୟୁ ଟ୍ୟୁବ ରୁ ଚିତ୍ର କରିବା ଶୈଳୀ ଦେଖି କିଛି ଅଭ୍ୟାସ କରି ଏବେ ଜଣେ ସଫଳ ଚିତ୍ରଶିଳ୍ପୀ ହୋଇପାରିଛନ୍ତି। ଏବେ ସେ ଚିତ୍ର ଆଙ୍କି ଯାହା କିଛି ରୋଜଗାର କରୁଛନ୍ତି ସେଥିରେ ସେ ନିଜ ପାଠ ପଢା ସହିତ ଘର ଖର୍ଚ୍ଚ ରେ ସାହାଯ୍ୟ କରୁଛନ୍ତି।

ଆଗାମୀ ଦିନରେ ସେ ଏକ ଭଲ ଆର୍ଟ କଲେଜ ରେ ପାଠ ପଢି ଭଲ ଚିତ୍ର ଶିଳ୍ପୀ ହେବା କୁ ଲକ୍ଷ୍ୟ ରଖିଥିବା ବେଳେ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ଏପଟେ ଶୁଭମ ଙ୍କ ଏଭଳି ଉଦ୍ୟମ କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଇଛି। ସତରେ ଦୃଢ଼ ଇଛା ଶକ୍ତି ଓ ନିଷ୍ଠାପର ଉଦ୍ୟମ ଯେ କୌଣସି ପ୍ରତିବନ୍ଧକକୁ ଦୂର କରି ପାରିବ ଯାହାକୁ ପ୍ରମାଣିତ କରି ଦେଖାଛନ୍ତି ଶୁଭମ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.