ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ହସପିଟାଲରେ ଭର୍ତ୍ତି, କିଡନୀ ଜନିତ ସମସ୍ୟା ଯୋଗୁଁ କରାଯାଇଛି ଆଡମିଟ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ପ୍ରହ୍ଲାଦ ମୋଦି ଅସୁସ୍ଥତା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କିଡନୀ ଜନିତ ସମସ୍ୟା ଯୋଗୁଁ ପ୍ରହ୍ଲାଦ ଚେନ୍ନାଇର ଏକ ହସପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ଭାଇଙ୍କ ଅସୁସ୍ଥତା ଖବର ଶୁଣି ମୋଦି ହସପିଟାଲ ଯାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ପ୍ରହ୍ଲାଦ ମୋଦି ଅସୁସ୍ଥତା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କିଡନୀ ଜନିତ ସମସ୍ୟା ଯୋଗୁଁ ପ୍ରହ୍ଲାଦ ଚେନ୍ନାଇର ଏକ ହସପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ଭାଇଙ୍କ ଅସୁସ୍ଥତା ଖବର ଶୁଣି ମୋଦି ହସପିଟାଲ ଯାଇଛନ୍ତି । ପ୍ରହ୍ଲାଦ ମୋଦିଙ୍କ ୪ ନଂ ସାନ ଭାଇ । ପ୍ରହ୍ଲାଦଙ୍କର ଅହମଦାବାଦରେ ଏକ ଦୋକାନ ଥିବା ବେଳେ ଆଉ ଏକ ଟାୟାର ଶୋ ରୁମ୍‌ ମଧ୍ୟ ରହିଛି ।

ମୋଦିଙ୍କର ଜଣେ ଭଉଣୀ ଏବଂ ୩ ଜଣ ଭାଇ ରହିଛନ୍ତି । ସୋମା ମୋଦି, ଅମୃତ ମୋଦି, ପଙ୍କଜ ମୋଦି, ପ୍ରହ୍ଲାଦ ମୋଦି ଏବଂ ଭଉଣୀ ବାସନ୍ତୀ ମୋଦି । ସୋମା ମୋଦି ନରେନ୍ଦ୍ର ମୋଦିଙ୍କ ବଡ ଭାଇ। ସେ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରୁଥିଲେ । ଏବେ ସେ ଅହମଦାବାଦରେ ଏକ ଜରାଶ୍ରମ ଚଲାଉଛନ୍ତି । ମୋଦିଙ୍କ ଦ୍ୱିତୀୟ ବଡ ଭାଇଙ୍କ ନାମ ଅମୃତ ମୋଦି । ସେ ଏକ ପ୍ରାଇଭେଟ କମ୍ପାନୀରେ ମେସିନ ଅପରେଟର ଭାବେ କାମ କରୁଥିଲେ ।

ସୂଚନାଯୋଗ୍ୟ, ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଳାଦ ମୋଦି ଆହତ ହୋଇଥିଲେ । କର୍ଣ୍ଣାଟକର ମହିଶୂରରୁ ବାନ୍ଦିପୁରା ଯାଉଥିବା ବେଳେ କାଡକୋଲା ନିକଟରେ ମର୍ସିଡିଜ ବେଞ୍ଜ କାର ଦୁର୍ଘଟଣାଗସ୍ତ ହୋଇଥିଲେ । କାରରେ ପ୍ରହ୍ଲାଦଙ୍କ ସହ ତାଙ୍କ ପୁଅ, ବୋହୂ, ନାତି ଓ ଡ୍ରାଇଭର ଥିଲେ ।  ସୂଚନା ଅନୁସାରେ କାରଟି ଯାଉଥିବାବେଳେ ଜଣେ ବ୍ୟକ୍ତି ହଠାତ କାର ସାମନାକୁ ଆସିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ କାରଟି ଡିଭାଇଡରରେ ପିଟି ହୋଇଥିଲା ।

ପୂର୍ବରୁ  ଲକ୍ଷ୍ନୌ ପୋଲିସର କାର୍ଯ୍ୟଶୈଳୀରେ ନାରାଜ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଲକ୍ଷ୍ନୌର ଅମୌସୀ ଏୟାରପୋର୍ଟରେ ଧାରଣା ଦେଇଥିଲେ। ପ୍ରକୃତ କଥାଟି ହେଉଛି, ପ୍ରହ୍ଲାଦ ମୋଦି ନିଜ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଉତ୍ତର ପ୍ରଦେଶ ଆସିଥିଲେ। କିନ୍ତୁ ଯେଉଁମାନେ ତାଙ୍କୁ ନେବାକୁ ଆସିଥିଲେ, ତାଙ୍କୁ ଉତ୍ତର ପ୍ରଦେଶ ପୋଲିସ ପୂର୍ବରୁ ହିଁ ଗିରଫ କରିନେଇଥିଲା। ଏଥିରେ କ୍ଷୁବ୍ଧ ହୋଇ ପ୍ରହ୍ଲାଦ ଏୟାରପୋର୍ଟରେ ଧାରଣାରେ ବସିଥିଲେ।