Below header

୩୧ ଖଣ୍ଡ କରି ପ୍ରେମିକାକୁ ପୋତିଲା ପ୍ରେମିକ

ଜଙ୍ଗଲ ଭିତରେ ତେନ୍ତୁଲି ଗଛ ମୂଳେ ପଡ଼ିଥିଲା ରକ୍ତର ଛିଟା । ଯୁଆଡ଼େ ଚାହିଁଲେ ଖାଲି ରକ୍ତ ହିଁ ରକ୍ତ । ଏ କାହାର ରକ୍ତ ? କୁଆଡ଼ୁ ଆସିଲା ଏ ରକ୍ତ ଛିଟା ? ହଠାତ୍ ପାଖକୁ ଯାଇ ଦେଖିଲା ବେଳକୁ ଜଣେ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ମାଟି ତଳେ ପଡ଼ିରହିଛି ।

ନବରଙ୍ଗପୁର : ଜଙ୍ଗଲ ଭିତରେ ତେନ୍ତୁଲି ଗଛ ମୂଳେ ପଡ଼ିଥିଲା ରକ୍ତର ଛିଟା । ଯୁଆଡ଼େ ଚାହିଁଲେ ଖାଲି ରକ୍ତ ହିଁ ରକ୍ତ । ଏ କାହାର ରକ୍ତ ? କୁଆଡ଼ୁ ଆସିଲା ଏ ରକ୍ତ ଛିଟା ? ହଠାତ୍ ପାଖକୁ ଯାଇ ଦେଖିଲା ବେଳକୁ ଜଣେ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ମାଟି ତଳେ ପଡ଼ିରହିଛି । ଯାହାକୁ ଦେଖି ହତ୍ ବାକ୍ ହୋଇ ରହିଯାଇଥିଲେ ସ୍ଥାନୀୟ ଲୋକେ । ଖବର ନେଉ ନେଉ ଜଣାପଡ଼ିଥିଲା ଜଣେ ପ୍ରେମିକ ତା ପ୍ରେମିକାକୁ ହତ୍ୟା କରି ପୋତି ଦେଇଛି ।

ହଁ ଆଜ୍ଞା, ସବୁ ସୀମା ଲଘିଂଲା ଜହ୍ଲାଦ ପ୍ରେମିକ । ବାହା ହେବାକୁ କଥା ଦେଇ ପ୍ରେମିକାର ଜୀବନ ନେଇଗଲା ପ୍ରେମିକ । ୩୧ ଖଣ୍ଡ କରି ମାଟି ତଳେ ପୋତିଦେଲା । ବିବାହ କରିବାକୁ ସ୍ବପ୍ନ ଦେଖୁଥିବା ବେଳେ ଯୁବତୀଙ୍କର ସବୁ ସ୍ବପ୍ନ ମାଟି ତଳେ ପୋତି ହୋଇଗଲା । ସତରେ ପ୍ରେମିକ କଣ ଏତେ ନ୍ଶଂସ ହୋଇପାରେ ? ପ୍ରେମକୁ ଭୁଲି ପ୍ରେମିକାକୁ ନିଶ୍ଚିହ୍ନ କରିପାରେ ? ନିଜ ପରକୀୟା ପ୍ରିତିକୁ ଲୁଚାଇବାକୁ ଯାଇ ପ୍ରେମିକର ଜୀବନ ନେଇପାରେ ? ଏହି ଘଟଣା କୌଣସି ଫିଲ୍ମର କାହାଣୀ କିଛି କମ୍ ନୁହେଁ । ତେବେ ଏଭଳି ଚାଞ୍ଚଲ୍ୟକର ଘଟଣା ନବରଙ୍ଗ ପୁର ଜିଲ୍ଲା ରାଇଘର ଅଞ୍ଚଳରେ ଘଟିଛି । ନିଜର ପାପକର୍ମକୁ ଘୋଡ଼ାବାକୁ ଯାଇ ଏଭଳି କାଣ୍ଡ ଭିଆଇଛନ୍ତି ଜଣେ ଯୁବକ।

ତେବେ ପୂରା ଘଟଣା ହେଉଛି , ନବରଙ୍ଗପୁର ରାଇଘର ଥାନା ଅନ୍ତର୍ଗତ ଗୋନା ଗ୍ରାମ ମୁରମଡିହି ଜଙ୍ଗଲରେ ବାଗବେଢ଼ା ଗ୍ରାମର ତିଲା ଗଣ୍ଡଙ୍କ ଶବ ଉଦ୍ଧାର ହୋଇଛି । ରାଇଘର ଥାନା ବାଘବେଡ଼ା ଗାଁର ଲୁବୁ ଗଣ୍ଡଙ୍କ ୨୩ ବର୍ଷୀୟ ଝିଅ ତିଲବତୀ ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତଙ୍କୁ ପ୍ରେମ କରୁଥିଲେ। ଚନ୍ଦ୍ରଙ୍କର ପତ୍ନୀ ଓ ୫ ଛୁଆ ଥାଇ ମଧ୍ୟ ତିଲବତୀଙ୍କୁ ଭଲ ପାଉଥିଲେ । ଦେଢ଼ ବର୍ଷ ଧରି ଚାଲିଥିଲା ଏ ଚୋରା ପୀରତି। ତୀଲୁବତୀ ସ୍ତ୍ରୀର ହକ୍ ପାଇଁ ଚନ୍ଦ୍ରଙ୍କ ପାଖକୁ ରାତିରେ ଯାଇଥିଲେ । ହେଲେ ଚନ୍ଦ୍ର ରାଉତ ତିଲାକୁ ୩୧ ଖଣ୍ଡ କରି ମାଟି ତଳେ ପୋତି ଦେଇଥିଲା ଆଉ ସ୍ବାମୀର ଏହି ପାପ କାମରେ ସାହାଯ୍ୟ କରିଥିଲା ତା ସ୍ତ୍ରୀ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବାବେଳେ ଚନ୍ଦ୍ର ଓ ତାଂକ ସ୍ତ୍ରୀ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛଇ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.