କିସ୍ ପରିଦର୍ଶନ କଲେ ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ

କିସ୍ ପରିଦର୍ଶନ କଲେ ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ । ଆଜି ସକାଳେ କିସ୍ ପରିସରରେ କିସର ୩୦ ହଜାର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିବା ଅବସରରେ ଛାତ୍ରଛାତ୍ରୀଙ୍କୁ କିସ୍ ହେଉଛି ନୂଆ ଭାରତ ବୋଲି କହିଥିଲେ।

କିସ୍ ପରିଦର୍ଶନ କଲେ ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ । ଆଜି ସକାଳେ କିସ୍ ପରିସରରେ କିସର ୩୦ ହଜାର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିବା ଅବସରରେ ଛାତ୍ରଛାତ୍ରୀଙ୍କୁ କିସ୍ ହେଉଛି ନୂଆ ଭାରତ ବୋଲି କହିଥିଲେ। ତୁମମାନଙ୍କୁ ଜଣେ ଅତି ସୁନ୍ଦର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମିଳିଛନ୍ତି । କିସ୍ ତୁମମାନଙ୍କୁ ସୁନା ଓ ହୀରାରେ ପରିଣତ କରୁଛି ବୋଲି କହିଥିଲେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂରଦୃଷ୍ଟିକୁ ପ୍ରଶଂସା କରି ସ୍ୱାମୀଜୀ କହିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସମୃଦ୍ଧ ପଥରେ ଆଗେଇ ନେଉଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ସିଙ୍ଗାପୁର ମନିଟାରୀ ଅଥରିଟିର ମୁଖ୍ୟ ଫିନ୍ଟେକ୍ ଅଫିସର ତଥା ସିଙ୍ଗାପୁର ବୋର୍ଡ ଅଫ୍ ଇଲେଭାଣ୍ଡିର ଅଧ୍ୟକ୍ଷ ସୋପ୍ନେନ୍ଦୁ ମହାନ୍ତି ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ସଂଗୀତଜ୍ଞ ତଥା ତିନିଥର ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.