ପିସ୍ତଲ ଚୋରି କରି ଜେଲ ଗଲା ଅଭିଯୁକ୍ତ, ଗୁଳି ଫୁଟାଇ ସୋସିଆଲ ମିଡ଼ିଆରେ କରିଥିଲା ଅପଲୋଡ୍

ଭୁବନେଶ୍ୱର(କେନ୍ଯୁଜ୍): ପିସ୍ତଲ ଚୋରି କରି ଜେଲ ଗଲା ଅଭିଯୁକ୍ତ । ରାହୁଲ ଜେନା ନାମକ ଯୁବକଙ୍କୁ ଗିରଫ କଲା ଭୁବନେଶ୍ୱର ଖଣ୍ଡଗିରି ଥାନା ପୋଲିସ । ଏୟାରପୋର୍ଟ ନୂଆ ରୋଡରେ ଏକ କାର୍‌ ଭିତରୁ ପିସ୍ତଲ ଲୁଟି ନେଇଥିଲା ଅଭିଯୁକ୍ତ ।

ପିସ୍ତଲରୁ ଗୁଳି ଫୁଟାଇ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ କରିଥିଲା । ସୋସିଆଲ ମିଡିଆରୁ ଫଟୋ ଦେଖି ପିସ୍ତଲ ଚିହ୍ନିଥିଲେ ମାଲିକ । ପରେ ପୋଲିସ ଅଭିଯୁକ୍ତକୁ ଧରି ତା ନିକଟରୁ ପିସ୍ତଲ ସହ ୪ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.