Below header

କଟକ: ମୁଣ୍ଡଳୀ ନିକଟରେ ମହାନଦୀ ପୋଲରୁ ଡେଇଁଥିବା ଯୁବକକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ(କେନ୍ୟୁଜ୍): କଟକ ମୁଣ୍ଡଳୀ ନିକଟରେ ମହାନଦୀ ପୋଲରୁ ଡେଇଁଥିବା ଯୁବକ ଉଦ୍ଧାର । ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛି । ଘରୋଇ କଳହରୁ ନଦୀକୁ ଡେଇଁଥିଲେ  ଆଠଗଡ଼ ବ୍ଲକ ନୂଆବନ୍ଧ ଗାଁର ରତି ରଂଜନ ମୁଦୁଲି । ସେ ଆଜି ନିଜ ଶାଳକଙ୍କ ସହ ତ୍ରିଶୂଳିଆ ଅଞ୍ଚଳକୁ ଯାଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ଘରୋଇ କଳିକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରତିରଂଜନ ମୁଣ୍ଡଳି ପୋଲ ଉପରୁ ନଦୀ ଡେଇଁ ପଡ଼ିଥିଲେ । ମହାନଦୀର ପାଣି ସୁଅରେ ଭାସି ଯାଇଥିଲେ । ଆଠଗଡ଼ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.