Below header

ବିଧାନସଭା ଗେଟ୍‌ ସମ୍ମୁଖରେ ହାଇଡ୍ରାମା: ମାଆ ବେକରେ ଛୁରୀ ଲଗାଇଲା ପୁଅ

ଭୁବନେଶ୍ବର: ବିଧାନସଭା ସାମ୍ନାରେ ହାଇଡ୍ରାମା । ମାଆ ବେକରେ ଛୁରୀ ଲଗାଇଲା ପୁଅ । ଦର୍ଶକବନ୍ଧୁ ଆପଣ ଜାଣିଥିବେ ଆଜିକୁ ତିନି ହେବ ବିଧାନସଭାରେ ଚାଲିଛି ମୌସୁମୀ ଅଧିବେଶନ। ବିଧାନସଭାରେ ନେତାଙ୍କ ଭିଡ । ତେବେ ଏହି ସମୟରେ ଆଜି ହାଇ ହଠାତ୍ ସିକ୍ଯୁରିଟି ଜୋନ୍ ଭିତରେ ଜଣେ ଯୁବକ ବିଧାସଭା ସମ୍ମୁଖରେ ନିଜ ମାଆ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ। ଦୀର୍ଘ ୨୦ମିନିଟ୍ ପାଖାପାଖି ଚାଲିଥିଲା ଏଭଳି ଡ୍ରାମା । ତେବେ ଚତୁରତାର ସହ ପୁଅକୁ କାବୁ କରିବା ସହ ମାଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ୍ । ଅନ୍ଯପଟେ ଯୁବକ ଜଣକ କାହିଁକି ଏଭଳି କାଣ୍ଡ କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ନୟାଗଡର ଜିତେନ୍ଦ୍ର ପାଳ । ସେ ନିଜ ମାଆଙ୍କୁ ମେଡିକାଲ ଦେଖାଇବାକୁ ନେଇ ଆଣିଥିଲେ । ତେବେ ଆଜି ବିଧାନସଭା ଚାଲିଥିବା ବେଳେ ଗେଟ୍ ସାମ୍ନାରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ । ଏପରିକି କିଛି ନେତା ମନ୍ତ୍ରୀଙ୍କ ନାଁ ନେଇ ଗାଳି ଦେଉଥିବାର ମଧ୍ଯ ଦେଖିବାକୁ ମିଳିଥିଲା । ଆଉ ଯୁବକଙ୍କ ଏହି ହାଇଡ୍ରାମା ବିଧାନସଭା ସମ୍ମୁଖରେ ବେଶ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ମାଆଙ୍କୁ ଆକ୍ରମଣ ପଛରେ କ’ଣ କାରଣ ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିଛି ଯୁବକ ଜଣଙ୍କର ମାନସିକ ସ୍ଥିତି ଠିକ୍ ନଥିବା କହୁଥିବାବେଳେ ଆଉ କିଛି ଅନ୍ଯ କୌଣସି କାରଣ ଥାଇପାରେ ବୋଲି ସ.ନେ୍ଦେହ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.