Below header

ଝାରୁସୁଗୁଡା: ମହଙ୍ଗା ପଡିଲା କୋଇଲା ଚୋରି, ଟ୍ରେନ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଝାରୁସୁଗୁଡା: ମହଙ୍ଗା ପଡିଲା ଟ୍ରେନରୁ କୋଇଲା ଚୋରି କରିବା । ଟ୍ରେନ୍ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର। IGH ରାଉଲକେଲାକୁ ସ୍ଥାନାନ୍ତରିତ । ଝାରସୁଗୁଡା ଜିଲ୍ଲାର ବେଲପାହାଡ ପୌରାଞ୍ଚଳ ସ୍ଥିତ ନୂଆପଡାଠାରେ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଠିଆ ହୋଇଥିଲା ।

ଏହି ସମୟରେ ନୂଆପଡାର ଜଣେ ୪୦ ବର୍ଷୀୟ ଯୁବକ ମେହମୁଦ ଆଲାମ ଠିଆ ହୋଇଥିବା ଟ୍ରେନରେ ଚଢି କୋଇଲା ଚୋରି କରୁଥିବା ସମୟରେ ଟ୍ରେନ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ରାଉରକେଲା ସ୍ଥିତ ଆଇଜିଏଚ୍ କୁ ପଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.