ପତିଙ୍କୁ ଘରକୁ ଆସିବାକୁ ଦେଉନାହାଁନ୍ତି ଶ୍ୱେତା ତିଓ୍ଵାରୀ, ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ ସ୍ୱାମୀ ଅଭିନବ

ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ ନିଜର ବ୍ୟକ୍ତିଗତ ଜୀବନଶୈଳୀ କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ଶ୍ୱେତାଙ୍କ ପତ୍ନୀ ଅଭିନବ କୋହଲି ପ୍ରତ୍ୟେକ ଦିନ ଶ୍ୱେତାଙ୍କ ଉପରେ ତାଙ୍କ ପୁଅ ରେୟାଂସଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଅଭିନବ କୋହଲୀ ପ୍ରତ୍ୟେକ ଦିନ ସୋସିଆଲ ମିଡିଆ ଜରିଆରେ ଶ୍ୱେତା ତିଓ୍ଵାରୀଙ୍କ ବିଷୟରେ ନୂଆ-ନୂଆ ଖୁଲାସା ମଧ୍ୟ କରିଥାନ୍ତି। ବର୍ତ୍ତମାନ ଅଭିନବ ଶ୍ୱେତାଙ୍କ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ ଅଭିନବଙ୍କୁ ନିଜ ଘରେ ପ୍ରବେଶ କରିବାକୁ ମନା କରୁଥିବାର ଦେଖିବାକୁ ମିଳିଛି।

swetaଅଭିନବ କୋହଲି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ୱେତା ତିଓ୍ଵାରୀଙ୍କ ୩ଟି ଭିଡିଓ ସେୟାର କରିଛନ୍ତି। ଏସବୁ ଭିଡିଓ ମଧ୍ୟରୁ ଗୋଟିଏ ଭିଡିଓରେ ଶ୍ୱେତା ତିଓ୍ଵାରୀ ଅଭିନବ କୋହଲୀଙ୍କୁ ନିଜ ଘର ଭିତରକୁ ନଆସିବା ପାଇଁ କହୁଥିବାର ନଜର ଆସିଛନ୍ତି। ପ୍ରଥମ ଭିଡିଓରେ ଅଭିନବ କୋହଲି ଏବଂ ଶ୍ୱେତା ତିଓ୍ଵାରୀଙ୍କ ପୁଅ ରେୟାଂସ ଶ୍ୱେତାଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ସେୟାର କରିବା ସହ ଅଭିନବ ପୋଷ୍ଟରେ ଲେଖିଛନ୍ତି, ‘ଯେଉଁ ଦିନ ବେବିକୁ ମୋ ସହ ଅଳ୍ପ ସମୟ ପାଇଁ ମିଶାଇବା ପରେ ପୁଣି ଥରେ ଗାୟବ ହୋଇଯାଇଥିଲ ଏବଂ ମୁଁ କବାଟ ପାଖରେ ଘଣ୍ଟି ବଜାଇ ଚାଲିଥିଲି।’

ଅଭିନବ କୋହଲି ଆଗକୁ ଏହା ମଧ୍ୟ ଲେଖିଛନ୍ତି, ‘ଏହା ଦ୍ୱିପ୍ରହର ସମୟର ଭିଡିଓ। ଏଠାରେ ବେବି କହୁଛି ତୁମେ ହୋଟେଲ ଆସି ନାହଁ।’ ଏହାବ୍ୟତୀତ ଅଭିନବ କୋହଲୀ ଅନ୍ୟ ଏକ ଭିଡିଓ ସେୟାର କରିଛନ୍ତି। ଅନ୍ୟ ଏକ ଭିଡିଓ ପୋଷ୍ଟରେ ଅଭିନବ ଲେଖିଛନ୍ତି, ‘ମୋ ଭଲପଣର ଫାଇସଦା ଉଠାଇଛନ୍ତି। ମେ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୋ ଠାରୁ ଅଲଗା ରଖିଛନ୍ତି।

 

View this post on Instagram

 

Ussi din Same Day

A post shared by Abhinav Kohli (@abhinav.kohli024) on

ସେହିଭଳି ଅନ୍ୟ ଏକ ଭିହିଔଓରେ ଶ୍ୱେତା ତିଓ୍ଵାରୀ ଏବଂ ଅଭିନବ କୋହଲି କିଛି କଥା ହେଉଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଶ୍ୱେତା ଅଭିନବଙ୍କୁ ତାଙ୍କ ଘରକୁ ନଆସିବା ପାଇଁ କହିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ଅଭିନବ ସାର୍ବଜନିକ ସ୍ତରରେ ଶ୍ୱେତା ତିଓ୍ଵାରୀଙ୍କ ଉପରେ ପୁଅ ରେୟାଂସଙ୍କ ସହ ସାକ୍ଷାତ ନକରାଇବା ନେଇ ଅଭିଯୋଗ କରିଛନ୍ତି। ଯାହାପରେ ସେ ଅଭିନେତ୍ରୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ଅନ୍ୟପଟେ ଅଭିନବ କହିଛନ୍ତି ଯଦି ଶ୍ୱେତା ଏହାର କିଛି ଉତ୍ତର ନଦିଅନ୍ତି ତେବେ ଆଗକୁ କ’ଣ କରିବାକୁ ହେବ ସେ ଚିନ୍ତା କରିବେ। ଶ୍ୱେତା ଏପରି କରି ମତେ ଜଣେ ଭଲ ବାପା ନହେବାର ଦେଖାଇବାକୁ ଚାହୁଁଛନ୍ତି ବୋଲି ଅଭିନବ କହିଛନ୍ତି। ଅନ୍ୟପଟେ ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.