Below header

ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା, ଶିକାର ହୋଇଛନ୍ତି NTPCରେ କାର୍ଯ୍ୟରତ ଇଞ୍ଜିନିୟର

ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା । ଲୁଟର ଶିକାର ହୋଇଛନ୍ତି ଛତିଶଗଡ଼ NTPCରେ କାର୍ଯ୍ୟରତ ଇଞ୍ଜିନିୟର ଅଙ୍କିତ ।

ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା । ଲୁଟର ଶିକାର ହୋଇଛନ୍ତି ଛତିଶଗଡ଼ NTPCରେ କାର୍ଯ୍ୟରତ ଇଞ୍ଜିନିୟର ଅଙ୍କିତ । ଅଭିଯୁକ୍ତ ବ୍ରହ୍ମପୁରର ଶ୍ରୀଧର ମହାରଣା । ସେ ଶିବାନୀ ପଣ୍ଡା ନାମରେ ଫେକ୍ ଆକାଉଣ୍ଟ ଖୋଲି ଅଙ୍କିତଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପ୍ରାୟ ୧ବର୍ଷ ଧରି ଲୁଟି ଚାଲିଥିଲେ ଶ୍ରୀଧର ।

ଶ୍ରୀଧର ନିଜକୁ ମେଡିକାଲ ଛାତ୍ରୀ କହି ପାଠପଢାର ବାହାନା କରି ଟଙ୍କା ଲୁଟିଥିଲେ । ବାପାଙ୍କ ଦେହ ଖରାପ କହି ମଧ୍ୟ ଅନେକ ସମୟରେ ଟଙ୍କା ନେଇଥିଲେ । ଫୋନ୍ ପେରେ ଅଙ୍କିତ ଟଙ୍କା ଦେଇଥିଲେ । ଭୁବନେଶ୍ବର ସାଇବର ଥାନା ପୋଲିସ ଶ୍ରୀଧରଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.