Below header

୯ ବର୍ଷ ଝିଅର ଗଳା କାଟି ଦେଲା ଯୁବକ, ଗୋଡେଇ ଗୋଡ଼େଇ ପିଟିଲେ ଉତ୍ୟକ୍ତ ଲୋକେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା ।  ୯ ବର୍ଷ ଝିଅର ଗଳା କାଟି ଦେଲା ଯୁବକ । ଗୁରୁତର ଅବସ୍ଥାରେ ଝିଅଟିକୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଝିଅଟି ଖେଳୁଥିବା ବେଳେ ଦୁର୍ବୃତ୍ତ ତାକୁ ଛୁରିରେ ଆକ୍ରମଣ କରିଥିଲା । ଏତିକିବେଳେ ଦୁର୍ବୃତ୍ତକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ ଉତ୍ୟକ୍ତ ଲୋକ । ଗୋଡେଇ ଗୋଡ଼େଇ ପିଟିଥିଲେ । ଏହାପରେ ସଂପୃକ୍ତ ଯୁବକକୁ କାବୁ କରି ଗୋଳନ୍ଥରା ପୋଲିସକୁ ହସ୍ତାନ୍ତର କରାଯାଇଛି । ପୋଲିସ ଅଭିଯୁକ୍ତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କାହିଁକି ଶିଶୁର ତଣ୍ଟି କାଟିଲେ ? କଣ ହୋଇପାରେ କାରଣ ? ପୋଲିସ ଖୋଳତାଡ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.