Below header

ମୋହନା କମଳାପୁର ଗାଁରେ ଅଭାବନୀୟ ଘଟଣା: ସାମାନ୍ୟ ବଚସାରୁ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା

ମୋହନା: ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା । ମୃତକ ହେଲେ ବିଶ୍ୱନାଥ ନାୟକ । ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ଦାଦା ଭୂଷଣ ନାୟକକୁ ଅଟକ ରଖି ପଚରା ଉଚରା କରୁଛି ।

ଘଟଣାରୁ ଜଣାପଡ଼ିଛି ଯେ ଉଭୟ ଦାଦା ପୁତୁରାଙ୍କର ଗତକାଲି ରାତି ପ୍ରାୟ ୯ ଟାରେ କୌଣସି କାରଣରୁ ବଚସା ହୋଇଥିଲା । ବିଶ୍ୱନାଥ ଏକ କାଠ ଫାଳିଆରେ ଭୂଷଣକୁ ଆକ୍ରମଣ କରିବା ବେଳେ ଭୂଷଣ ଏକ ଟାଙ୍ଗିଆ ନେଇ ବିଶ୍ୱନାଥର ବେକ ପାଖରେ ଚୋଟ ପକାଇଥିଲା । ଫଳରେ ବିଶ୍ୱନାଥ ଗୁରୁତର ଆହତ ହୋଇଥିଲେ । ଗାଁ ଲୋକେ ପ୍ରଥମେ ତାଙ୍କୁ ଚନ୍ଦ୍ରଗିରି ମେଡିକାଲ ନେଇଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବିଶ୍ଵନାଥକୁ ମୃତ ଘୋଷଣା କରିଥିଲେ ଡାକ୍ତର । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଘଟଣାର ତଦନ୍ତ କରୁଛି ମୋହନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.