Below header

ଭୁବନେଶ୍ୱର: ମାଟି ତଳୁ ଦଶମ ଶତାଦ୍ଦୀ ସମୟ ମନ୍ଦିରର ପ୍ରାଚୀନ କୀର୍ତ୍ତିରାଜି ଉଦ୍ଧାର

ଭୁବନେଶ୍ୱର(କେ ନ୍ୟୁଜ):  ରାଜଧାନୀ ଭୁବନେଶ୍ୱର ମାଟି ତଳୁ ଦଶମ ଶତାଦ୍ଦୀର ମନ୍ଦିରର ପ୍ରାଚୀନ କିର୍ତ୍ତୀରାଜି ଉଦ୍ଧାର ହୋଇଛି | ଏକାମ୍ରକ୍ଷେତ୍ର ଉନ୍ନତିକରଣ ପାଇଁ ଲିଙ୍ଗରାଜ ମନ୍ଦିର ଚାରିପଟେ ଖୋଦେଇ କାର୍ଯ୍ୟ ଚାଲିଛି | ଆଉ ଏଭିତରେ ସୁକଶାରୀ ମନ୍ଦିର ନିକଟ ମାଟିତଳୁ ଉଦ୍ଧାର ହୋଇଛି । ଏହା ସହ ଆଵିସ୍କୃତ ହୋଇଛି ପଞ୍ଚରତ୍ନ ଆକୃତିର ସୋମବଂଶ ସମୟର ମନ୍ଦିର । ମନ୍ଦିରଟି ଲିଙ୍ଗରାଜ ମନ୍ଦିରକୁ ଲାଗି ରହିଥିବା ସୁକଶାରୀ ମନ୍ଦିର ନିକଟସ୍ଥ ମାଟିତଳୁ ଆବିଷ୍କାର ହୋଇଛି । ଏଠାରେ ଏକାମ୍ର କ୍ଷେତ୍ର ଆଧୁନିକୀକରଣ କାମ ଆଗେଇ ଚାଲିଥିବା ବେଳେ ଚାଲିଛି ପୁରୁଣା ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ।

excavation

ଆଉ ଏତିକିବେଳେ ସୁକଶାରୀ ମନ୍ଦିର ପାଖରେ ମାଟି ଖୋଳିଲାବେଳେ ବାହାରିଛି ଏହି ପାର୍ଶ୍ୱ ମନ୍ଦିର । ଓଡିଶା ର୍ନିମାଣ ସେତୁ ନିଗମ ପକ୍ଷରୁ ଖୋଦେଇ କାମ ଚାଲିଥିବା ବେଳେ ଏହି ମନ୍ଦିର ଦେଖିବାକୁ ମିଳିଥିଲା । ଏବେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପହଚିଂ ପୁରା ମାଟି ଖୋଳି ମନ୍ଦିରକୁ ବାହର କରିବ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.