Below header

ବୋରିଗୁମ୍ମା-କୋରାପୁଟ ରାଜପଥ ଛତରଲା ଗାଁ ନିକଟରୁ ନିଖୋଜ ଡ୍ରାଇଭରଙ୍କ ମୃତଦେହ ମିଳିବା ଘଟଣା, ଏଯାଏ ମିଳିପାରୁନି ଅଭିଯୁକ୍ତର ପତ୍ତା

ଜୟପୁର: ଯାତ୍ରୀ ହୋଇ ଆସିଲେ ଗାଡି ଲୁଟ୍‌ କରି ପଲାଇଲେ। ରାସ୍ତାକଡରୁ ଉଦ୍ଧାର ହେଲା ନିଖୋଜ ଡ୍ରାଇଭରଙ୍କ ମୃତଦେହ । ବୋରିଗୁମ୍ମା-କୋରାପୁଟ ରାଜପଥ ଛତରଲା ଗାଁ ନିକଟ ଏକ ଜମି କଡରୁ ମୃତଦେହ ଠାବ ହୋଇଛି । ମୃତକ ଭୁବନେଶ୍ୱର ଅଞ୍ଚଳର ସୁଧୀର କୁମାର ସାହୁ ।

ଭୁବନେଶ୍ୱରରୁ ଦୁଇଜଣ ଯାତ୍ରୀଙ୍କୁ କୋରାପୁଟ ଛାଡିବାକୁ ଆସିଥିବା ବେଳେ ଆଉ ଫେରିନଥିଲେ । ଏନେଇ ପରିବାର ପକ୍ଷରୁ ଭୁବନେଶ୍ୱର ଖଣ୍ଡଗିରି ଥାନରେ ଏତଲା ଦିଆଯାଇଥିଲା । ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ଘଟଣାସ୍ଥଳରୁ ସୁଧିରଙ୍କ କାର, ମନିପର୍ସ ଗାଏବ ହୋଇଥିବା ବେଳେ ତାଙ୍କୁ କିଏ ହତ୍ୟା କରି ବିଲରେ ଫୋପାଡି ଦେଇଥିବା ତାଙ୍କ ବଡଭାଇ କେଦାର ନାଥ ସାହୁ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.