ଡାକ୍ତର ସ୍ୱାମୀ ଏକୁଟିଆ ନେଇଗଲେ କରୋନା ଟିକା, ଫୋନ୍‌ କରି ସ୍ତ୍ରୀ ଏମିତି କଲେ ହଙ୍ଗାମା, ଭାଇରାଲ ହେଉଛି ଭିଡିଓ

ଜଣେ ଡାକ୍ତର ଏକାକୀ କରୋନା ଭ୍ୟାକ୍‌ସିନ ନେବା ତାଙ୍କ ପାଇଁ ଭାରି ପଡ଼ିଛି। ସ୍ତ୍ରୀ ତାଙ୍କୁ ଫୋନ୍‌ କରି ଓଲଟା-ସିଧା ଶୁଣାଇଛନ୍ତି। ଭୁଲ୍‌ରେ ଡାକ୍ତର ଜଣକ ସେହି ସମୟରେ ଲାଇଭ୍‌ ଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସେ କୌଣସି ସାଧାରଣ ଡାକ୍ତର ନୁହନ୍ତି, ବରଂ ପଦ୍ମଶ୍ରୀରେ ସମ୍ମାନିତ ଇଣ୍ଡିଆନ ମେଡିକାଲ ଆସୋସିଏଶନର ଅବସରପ୍ରାପ୍ତ ଅଧ୍ୟକ୍ଷ ଡା. କେକେ ଅଗ୍ରଓ୍ଵାଲ।

ଲାଇଭ୍‌ ବେଳେ ଡାକ୍ତର ନିଜ କାର୍‌ରେ ଅଛନ୍ତି ଏବଂ ଭ୍ୟାକ୍‌ସିନ ବିଷୟରେ ହିଁ କିଛି କହୁଛନ୍ତି। ଏହି ସମୟରେ ତାଙ୍କ ସ୍ତ୍ରୀଙ୍କର କଲ୍‌ ଆସୁଛି ଏବଂ ସେ ପଚାରୁଛନ୍ତି କି, ‘କ’ଣ ତୁମେ କରୋନାର ଭ୍ୟାକ୍‌ସିନ ନେଇଯାଇଛ?’ ଡାକ୍ତର କହୁଛନ୍ତି, ‘ମୁଁ ପଚାରିବାକୁ ଯାଇଥିଲି କି ଭ୍ୟାକ୍‌ସିନ କେବେ ଦିଆଯିବ। ହସ୍ପିଟାଲ ଲୋକ କହିଥିଲେ, ଖାଲି ଅଛି, ଏବେ ନେଇ ଯାଆନ୍ତୁ। ଏଥିପାଇଁ ମୁଁ ଭ୍ୟାକସିନ୍‌ ନେଇଯାଇଛି। ତୁମକୁ ସୋମବାର ଦିନ ଭ୍ୟାକ୍‌ସିନ ଦିଆଯିବ।’

ଡାକ୍ତର ସ୍ୱାମୀଙ୍କ କଥା ଶୁଣି ସ୍ତ୍ରୀ ଭଡ଼କି ଯାଉଛନ୍ତି। ତାଙ୍କୁ ଲାଗୁଛି କି, ତାଙ୍କ ସ୍ୱାମୀ ଜାଣିଶୁଣି ଏପରି କରିଛନ୍ତି। ସେ ଏତେ ରାଗି ଯାଉଛନ୍ତି ଯେ ଡାକ୍ତର ଜଣକ ଯେତେ ବି ବୁଝାଇଲେ ସେ ବୁଝିବାକୁ ନରାଜ। ବାରମ୍ବାର ଗୋଟିଏ କଥା ପଚାରି ଚାଲିଛନ୍ତି, କେମିତି ତୁମେ ଏକୁଟିଆ ଭ୍ୟାକ୍‌ସିନ ନେଲେ? ଡାକ୍ତର କହୁଛନ୍ତି, ଏବେ ଲାଇଭ୍‌ ଚାଲିଛି, ଏ ବିଷୟରେ ଘରେ ପହଞ୍ଚି କଥା ହେବା। ତଥାପି ତାଙ୍କ ରାଗ ଶାନ୍ତ ହେଉ ନାହିଁ। ଶେଷରେ ସ୍ତ୍ରୀ କହୁଛନ୍ତି, ‘ଏବେ ଦେଖ ମୁଁ ଲାଇଭ୍‌ ଯାଇ ତୁମରି ଭଳି କରୁଛି’। ତେବେ ଏହି ଭିଡିଓକୁ ଦେଖି ୟୁଜରମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.