ପୁରୀ ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଦିରସ୍ତ, ତାଙ୍କ ମସ୍ତକରେ ଶାଢୀ ବାନ୍ଧିଲେ ରାଜଗୁରୁ ଓ ଅନ୍ୟ ସେବାୟତ

ପୁରୀ: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନୂଆ ମୁଦିରସ୍ତ ନାରାୟଣ ମୁଦିରସ୍ତ। ଆଜି ଶ୍ରୀନଅରରେ ଅନୁଷ୍ଠିତ ଏକ ସମାରୋହରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନାରାୟଣ ମୁଦିରସ୍ତଙ୍କୁ ଶାଢୀ ପ୍ରଦାନ କରିଥିଲେ ।

ରାଜଗୁରୁ ଓ ଅନ୍ୟ ସେବାୟତମାନେ ନୂଆ ମୁଦିରସ୍ତଙ୍କ ମସ୍ତକରେ ଶାଢୀ ବାନ୍ଧିଥିଲେ । ଗଜପତିଙ୍କ ଅନୁପସ୍ଥିତରେ ମୁଦିରସ୍ତ ମହାପ୍ରଭୁଙ୍କ ସମସ୍ତ ସେବା କରିବାର ପରମ୍ପରା ରହିଛି। ମୁଦିରସ୍ତ ପରିବାରର ନାବାଳକ ସେବାୟତମାନେ ଏହି ସେବା କରିବାର ପରମ୍ପରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.