Below header

କଣ୍ଟା ହେଉ ଅବା କାଚ ଏହି ଗୋଟେ କାମ କଲେ ହେବନାହିଁ ଟାୟାର ପଞ୍ଚର୍‌, ବର୍ଷ ବର୍ଷ ଧରି ଚାଲିବ

ଯଦି ଆପଣଙ୍କ ଗାଡିର ଟାୟାର ପୁରୁଣା ହୋଇଗଲାଣି ତାହେଲେ ନୂଆ କିଣିବା ପୂର୍ବରୁ ଗୋଟେ ଥର ଏହି ଲିକ୍ୱିଡକୁ ନିଶ୍ଚୟ ଟ୍ରାଏ କରିବା ଉଚିତ ।

୨୦ ହଜାର କିଲୋମିଟର ଯାତ୍ରା କରିବା ପରେ ପ୍ରାୟତଃ ଟୁ-ହ୍ଵିଲର ଟାୟରରେ ପଞ୍ଚର୍‌ ହେବାର ସମସ୍ୟା ବହୁତ ଆସିବାକୁ ଲାଗେ । ଏମିତିରେ ଅନେକ ଥର ଯେତେବେଳେ ଆମେ ଟ୍ଵି-ହ୍ଵିଲରରେ ଲମ୍ବା ଯାତ୍ରା କରନ୍ତି ସେତେବେଳେ ମନରେ ଏକ ଡର ରହିଯାଏ । ଗାଡି ଆଉ ଅଧିକ ବାଟ ଗଲେ ପଞ୍ଚର ହୋଇଯିବନି ତ? ପଞ୍ଚର ହେଲେ କେମିତି କଣ ତାକୁ ସଜଡା ଯିବ ଏମିତି ଅନେକ କିଛି କଥା ମନରେ ଘାରୁଥାଏ । ତେବେ ଆପଣଙ୍କ ଏହି ଡରକୁ ଆଣ୍ଟି ପଞ୍ଚର ଲିକ୍ୱିଡ ସାହାଯ୍ୟରେ ଦୂର କରାଯାଇପାରିବ । ଯଦି ଆପଣଙ୍କ ଗାଡିର ଟାୟାର ପୁରୁଣା ହୋଇଗଲାଣି ତାହେଲେ ନୂଆ କିଣିବା ପୂର୍ବରୁ ଗୋଟେ ଥର ଏହି ଲିକ୍ୱିଡକୁ ନିଶ୍ଚୟ ଟ୍ରାଏ କରିବା ଉଚିତ ।

ଏହି ଲିକ୍ୱିଡକୁ ଟାୟରର ଭିତରେ ଭର୍ତ୍ତି କରିଦିଆଯାଏ ଆଉ ପଞ୍ଚରକୁ ଏହା ଅଟୋମେଟିକ ରିପାୟର କରିଦେଇଥାଏ । ଏହାସହିତ ଟାୟରର ଭିତରେ ଟାୟର ଫାଟିଥିବା ଅଂଶକୁ ମଧ୍ୟ ରିପେୟାର କରିଦେଇଥାଏଅ । ଏହି ଲିକ୍ୱିଡକୁ ନେଇ ଲୋକଙ୍କ ମନରେ ଅନେକ ଭଲ ପ୍ରତିକ୍ରୀୟା ମିଳିଛି । ଏହାର ଦାମ୍‌ କମ୍‌ ହେବା ସହିତ ଏହା ଟାୟରର ଲାଇଫକୁ ବି ଆହୁରି ବର୍ଷ ବର୍ଷ ଧରି ବଢ଼ାଇଦେଇଥାଏ । ତାହେଲେ ଆସନ୍ତୁ ଆଉ ଡେରି ନ କରି ଜାଣିବା ଏହି ଟାୟର ଲିକ୍ୱିଡର ଦାମ୍‌ ଏବଂ ଖାସିୟତ୍‌ ।

ଗାଡିର ଟାୟର ପଞ୍ଚରକୁ ରୋକିବା ପାଇଁ ଆଣ୍ଟି ପଞ୍ଚର ଲିକ୍ୱିଡ ଟାୟାରକୁ ପକାଇବାକୁ ପଡିଥାଏ । ଏହାକୁ ଅନେକ ଉପାୟରେ ଟାୟାରର ଭିତରକୁ ଇନସର୍ଟ କରାଯାଇପାରେ । ବାସ୍‌ ଆପଣଙ୍କୁ ଏହା କଥାକୁ ଧ୍ୟାନ ରଖିବାକୁ ହେବ ଯେ କେଉଁ ଟାୟାରରେ କେତେ ଲିକ୍ୱିଡ ଭରିବାକୁ ହେବ । ଯେମିତିକି ଆପଣ ପାଖରେ ନର୍ମାଲ ବାଇକ ଅଛି ତାହେଲେ ତାର ଦୁଇଟି ଟାୟରରେ ଏକ ଲିଟର ଲିକ୍ୱିଡ ଲାଗିବ । ଏହି ଲିକ୍ୱିଡକୁ କାର, ବାଇକ କିମ୍ବା ସ୍କୁଟର ଟାୟରରେ ଇନସର୍ଟ କରିବା ପାଇଁ ଇଞ୍ଜେକସନର ସାହାଯ୍ୟ ନେଇ ପାରିବେ । ଏହାସାହାଯ୍ୟରେ ଆପଣ ଲିକ୍ୱିଡକୁ ଟାୟର ଭିତରେ ଇନଜେକ୍ଟ କରିପାରିବେ । ଲିକ୍ୱିଡ ଭରିବା ପୂର୍ବରୁ ଟାୟାରର ସମ୍ପୂର୍ଣ୍ଣ ପ୍ରେସରକୁ ବାହାର କରିଦିଅନ୍ତୁ । ଏହି କଥାକୁ ଧ୍ୟାନ ରଖନ୍ତୁ ଯେ ଲିକ୍ୱିଡ କେବଳ ଟ୍ୟୁବଲେସ ଟାୟାରରେ ହିଁ କାମ କରିଥାଏ ।

ଯେତେବେଳେ ଏହି ଲିକ୍ୱିଡକୁ ଟାୟାରରେ ଭରିଦିଆଯାଏ ସେତେବେଳେ ଟାୟାର ଭିତରର ପୂରା ଏରିୟା କଭର କରିନିଏ । ତାପରେ ଯଦି ଟାୟାର ପଞ୍ଚର ହୁଏ ତାହେଲେ ପଞ୍ଚର ହୋଇଥିବା ସ୍ଥାନରୁ ଏହି ଲିକ୍ୱିଡ ବାହାରି ଆସିଥାଏ ଏବଂ ସୁଖିଯାଏ । ଯାହାଦ୍ୱାରା ହାଓ୍ଵା ବାହାରକୁ ବାହାରି ପାରିନଥାଏ । ଏହି ଲିକ୍ୱିଡକୁ ସେଲ କରିବା ପାଇଁ କମ୍ପାନୀ ୧୦ ହଜାର କିଲୋମିଟର ପର୍ଯ୍ୟନ୍ତ କାମ କରିବ ବୋଲି ଗ୍ୟାରେଣ୍ଟୀ ବି ଦେଇଛି । ନୂଆ ଟାୟାରରେ ବି ଏତିକି ସମୟର ଗ୍ୟାରେଣ୍ଟୀ ମିଳିଥାଏ । ଯଦିଓ ଗୋଟେ ସମୟ ପରେ ଏହି ଲିକ୍ୱିଡ ଟାୟାର ଭିତରେ ସୁଖିଯାଏ , ଯାହାପରେ ଟାୟାର ଭିତରେ ହାର୍ଡ ହୋଇଯାଏ।

ମାର୍କେଟରେ ଏବେ ଏହି କମ୍ପାନୀର ଏମିତି ଲିକ୍ୱିଡ ମହଜୁଦ ଅଛି ଯାହାକୁ ଆପଣ ଉଭୟ ଅଫଲାଇନ ଏବଂ ଅନଲାଇନ୍‌ ବି କିଣିପାରିବେ । ଏହି ଭଳି ଲିକ୍ୱିଡ ଦାମ୍‌ ପ୍ରାୟ ୨୫୦ ଟଙ୍କାରୁ ଆରମ୍ଭ ହୋଇଥାଏ । ଏହାପରେ ଅଲଗା ଅଲଗା କମ୍ପାନୀ ହିସାବରେ ଏହି ଲିକ୍ୱିଡର ଦାମ୍‌ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆସିଥାଏ । ଏହି ଲିକ୍ୱିଡ ଟାୟାରକୁ ପଞ୍ଚର ଠାରୁ ରକ୍ଷା କରିବା ସହିତ ଏହାକୁ କୁଲ୍‌ ରଖିବା କାମ ମଧ୍ୟ କରିଥାଏ । ଏହି ଲିକ୍ୱିଡରେ ନାଇଟ୍ରୋଜେନର ୟୁଜ୍‌ କରାଯାଇଥାଏ, ଯାହା ଟାୟାରକୁ କୁଲ କରିଥାଏ । ଗରମ ଋତୁରେ ଏହା ବହୁତ ପ୍ରଭାବଶାଳୀ ବି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.