Below header

ଚଳିତବର୍ଷ Apple ଆଣିପାରେ ସବୁଠୁ ଶସ୍ତା 5G iPhone, ଜାଣନ୍ତୁ ଏହାର ଦାମ୍ ଓ ଫିଚର୍ସ

ଲୋକପ୍ରିୟ ଟେକ୍‌ କମ୍ପାନୀ ଆପଲ ଖୁବ୍‌ଶୀଘ୍ର ନିଜର ଶସ୍ତା ୫ଜି ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ଏପ୍ରିଲ ମାସରେ iPhone SE Plus ଲଞ୍ଚ୍‌ କରିପାରେ। କୁହାଯାଉଛି ଯେ, ଏହା ଆପଲର ସବୁଠାରୁ ଶସ୍ତା ୫ଜି ଫୋନ୍‌ ହେବ। ଏହାର ଦାମ୍‌ ପାଖାପାଖି ୩୬,୦୦୦ ଟଙ୍କା ରହିବ। ଏହି ଦାମ୍‌ ବର୍ତ୍ତମାନର ମଡେଲଠାରୁ ୭୦୦୦ ଟଙ୍କା ଅଧିକ। ତେବେ ଆସନ୍ତୁ ଜାଣିବା ଫୋନ୍‌ରେ କି କି ଫିଚର୍ସ ରହିଛି…

ଗତବର୍ଷ ଏପ୍ରିଲରେ କମ୍ପାନୀ iPhone SE Plus ଲଞ୍ଚ୍‌ କରିଥିଲା। ରିପୋର୍ଟ ମୁତାବକ, Apple iPhone SE Plus ରେ ୬.୧ ଇଞ୍ଚ୍‌ର ଆଇପିଏସ୍‌ ଡିସ୍‌ପ୍ଲେ ଦିଆଯାଇପାରେ, ଯାହା ଓ୍ଵାଇଡ୍‌ ନଚ୍‌ ସହ ଆସୁଛି। ଏହି ଫୋନ୍‌ରେ ହୋମ୍‌ ବଟନ୍‌ ଦିଆଯିବ ନାହିଁ। ଏହି ଫୋନ୍‌ର ଚିପ୍‌ ଡୁଆଲ ମୋଡ୍‌ ୫ଜି ଫଙ୍କସନ୍‌କୁ ସପୋର୍ଟ କରିପାରେ।

ଏମିତି ହୋଇପାରେ କ୍ୟାମେରା:

Apple iPhone SE Plus ରେ ସିଙ୍ଗଲ ଫ୍ରଣ୍ଟ ଓ ରିୟର କ୍ୟାମେରା ସେଟ୍‌ଅପ୍‌ ମିଳିପାରେ। ଫୋନ୍‌ର ରିୟର କ୍ୟାମେରା ୧୨ ମେଗାପିକ୍ସେଲର ହୋଇପାରେ। ରିୟର କ୍ୟାମେରାରେ ଅପ୍ଟିକଲ ଇମେଜ୍‌ ଷ୍ଟେବିଲାଇଜେସନ୍‌ ଓ ୬ ପୋଟ୍ରେଟ୍‌ ଲାଇଟ୍‌ର ଇଫେକ୍ଟ ଦିଆଯାଇପାରେ। ଏହା ବ୍ୟତୀତ ସେଲ୍‌ଫି ପାଇଁ ୭ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ହୋଇପାରେ।

କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ଫୋନ୍‌ ପାଣି ଓ ଧୂଳିରେ ସହଜରେ ଖରାପ ହେବ ନାହିଁ। ଆପଲର ଏହି ଫୋନ୍‌ର ସାଇଡ୍‌ରେ ପାଓ୍ଵାର ବଟନ୍‌ ଓ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.